Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Mahanta

Abstract Others

4.8  

Nibedita Mahanta

Abstract Others

ଦୀପାବଳୀ

ଦୀପାବଳୀ

1 min
254


ପ୍ରାଚୀ ବିପରୀତେ

ପଶ୍ଚାଦ୍ଦିଗ ଶୈଳେ

ଅଂଶୁମାଳି ଲୀନ ହେଲା ।

ରଜନୀ ରାଣୀ ତା'

ପାଟ ଓଢଣୀ କୁ

ଚତୁର୍ଦ୍ଦିଗେ ଢାଙ୍କି ଦେଲା ।

ନିଶା ଆଗମନେ

ଧରା ସ୍ବ ତନୁୁୁରେ

ଖଦ୍ଯୋତେ ଦ୍ଯୁତି ଜାଳିଲା ।

ସତେକି ପ୍ରଥମେ 

ଧରାପୃଷ୍ଠେ୍ ଆଜି

ଦୀପାଳି ସେ ଜଳାଇଲା ।

ତା' ପୁଷ୍କଳ ଦେଖି

କୃଷ୍ଣ ବିିିହାୟସ

ଭାବନାରେ ବୁଡ଼ିିଗଲା ।

କ୍ଷୁଦ୍ର ନକ୍ଷତ୍ର ର

ସାହାଯ୍ୟ ରେ ତା'ର

ଚିତ୍ତାଭୋଗ ପୂର୍ଣୄହେଲା ।

ଅନ୍ତରୀକ୍ଷ ର ଏ

ଚିତ୍ତଗର୍ଭ ରୂପ

ସଭିଙ୍କ ଚିତ୍ତ ମୋହିିଲା ।

ତା' ସାଥେ ଧରାରେ

ଗୃହେ ଗୃହେ ଆଜି

ଦୀପ ର ମେଳା ଲାଗିଲା ।

ଏହି ଆଲୋକ ରେ

ମନର ତିମିିିର

ତେଜରେ ପାଲଟି ଗଲା ।

ତ୍ରିଭୁବନେ ସେହି

ଦୀପ୍ତି ର ପାର୍ବଣ

ଦୀପାବଳୀ ମନାଗଲା ।


     


Rate this content
Log in

Similar oriya poem from Abstract