STORYMIRROR

Prafulla Chandra Mishra

Classics

3  

Prafulla Chandra Mishra

Classics

ଦୀପାବଳୀ

ଦୀପାବଳୀ

1 min
165


ପବିତ୍ର ଏ ଦୀପାବଳୀ ମହୋତ୍ସବ

ସାବଧାନ ହୋଇ ଶୁଣ

ଚଉଦ ବରଷ ହେଲେ ବନବାସୀ

ସଙ୍ଗେ ପତ୍ନୀ ସୀତା ସଙ୍ଗେ ଅନୁଜ ଲକ୍ଷ୍ମଣ ।।


ଆଜି ଫେରୁଛନ୍ତି ସାଥେ ହନୁମାନ

ସୁଗ୍ରିବର ଜାମ୍ଵବାନ

ସାଂୟ କାଳ ସୂର୍ଯ୍ୟ ସ୍ଵର୍ଣ୍ଣାଭ କିରଣେ

ଅଯୋଧ୍ୟା ର ଶୋଭା ଯଥା ସ୍ଵର୍ଣ୍ଣ ଆବରଣ ।।


ପ୍ରତି ଦ୍ଵାରେ ଦ୍ଵାରେ ସୁବର୍ଣ୍ଣ କଳସୀ 

ରମ୍ଭା ତରୁ ତରୁ ମୂଳେ

ଗୁଆ ଘୃତ ପୂର୍ଣ୍ଣ ରତନ ପ୍ରଦୀପ

ମାଳ ମାଳ ହୋଇ ଆହାକି ରୁଚିରେ ଜଳେ ।।


ଅଯୋଧ୍ୟା ର ରାଜ ଭବନ ସତେକି

ଅଳକା ପୁରୀ ର ଶୋଭା

ମଣୀମୟ ସ୍ଥମ୍ଭେ ପ୍ରବାଳର ଝରା

ହୀରା, ଲୀଳା ଝରା ଜ୍ୟୋତି ଦ୍ଵୀତି ମନଲୋଭା ।।


ଦୀପଦାନ ଶ୍ରାଦ୍ଧ ହେବ ଅନୁଷ୍ଠିତ

ଅଛନ୍ତି ବଶିଷ୍ଠ ରୁଷି

ଶପତ ପୁରୁଷ ସହ ଆବାହନେ 

ଦଶ ବିଶ୍ଵେ ଦେବା ସନକାଦି ସପ୍ତରୁଷି ।।


ଶୁଭେ କୋଳାହଳ ରଙ୍ଗ ରୋଷଣୀ ରେ

ରାମଙ୍କ ପ୍ରତ୍ୟାବର୍ତ୍ତନ

ସେହିଦିନୁ ସପ୍ତ ପୁରୁଷଙ୍କ ଅର୍ଥେ

ପ୍ରଚଳିତ ଏହି ମହାଳୟା ଦୀପ ଦାନ ।।


ଦୀପାବଳୀ କାଳୀ ପୂଜା “ପିତୃପିତା” 

ପିତାମହ” ଆବାହନ

ନିଉଛାଳି ହୋଇ ଶରଣ ପସଇ

ରୁଷି,ବିଶ୍ଵଦେବା,ପିତୃପିତା ଙ୍କ ଚରଣ ।।



Rate this content
Log in

Similar oriya poem from Classics