STORYMIRROR

sumita behera

Inspirational Children

3  

sumita behera

Inspirational Children

ଦୀପାବଳି

ଦୀପାବଳି

1 min
207


ଧନ ରେ ! 

ଏଇ ଦୀପାବଳି ଗରୀବର ନୁହେଁ

କିଆଁ କରୁ ଏତେ ମନ ଉଣା !

ଟିକେ ଚାପି ହେଇ ରହି ଯା ଏ ସନ

ଆର ଥର ନବୁ ନୂଆ ଖେଳଣା ।


ସୁରତ ଫେରନ୍ତା ବାପ ତୋର ପରା

ହାତ ବନ୍ଦ ଥିଲେ ଭାତ ବି ବନ୍ଦ,

ପଖାଳ ପିଆଜ ପେଟକୁ ମିଳୁନି

କ୍ଷୀରି ପୁରୀ ଆଜି ଆକାଶ ଚାନ୍ଦ।


କରୋନା ଅଡ଼ୁଆ ତୁଟିଯାଉ ଥରେ

ପୁଣି ଆଗ ପରି ଲୋକେ ହସିବେ ,

ଖୁସିରେ ଧନ ମୋ ଜାଳିବ ଦୀପାଳି

ଠାକୁରେ ଗୁହାରି ନିଶ୍ଚେ ଶୁଣିବେ।


       












ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ

Similar oriya poem from Inspirational