STORYMIRROR

sumita behera

Inspirational Children

3  

sumita behera

Inspirational Children

ଦୀପାବଳି

ଦୀପାବଳି

1 min
202


ଧନ ରେ ! 

ଏଇ ଦୀପାବଳି ଗରୀବର ନୁହେଁ

କିଆଁ କରୁ ଏତେ ମନ ଉଣା !

ଟିକେ ଚାପି ହେଇ ରହି ଯା ଏ ସନ

ଆର ଥର ନବୁ ନୂଆ ଖେଳଣା ।


ସୁରତ ଫେରନ୍ତା ବାପ ତୋର ପରା

ହାତ ବନ୍ଦ ଥିଲେ ଭାତ ବି ବନ୍ଦ,

ପଖାଳ ପିଆଜ ପେଟକୁ ମିଳୁନି

କ୍ଷୀରି ପୁରୀ ଆଜି ଆକାଶ ଚାନ୍ଦ।


କରୋନା ଅଡ଼ୁଆ ତୁଟିଯାଉ ଥରେ

ପୁଣି ଆଗ ପରି ଲୋକେ ହସିବେ ,

ଖୁସିରେ ଧନ ମୋ ଜାଳିବ ଦୀପାଳି

ଠାକୁରେ ଗୁହାରି ନିଶ୍ଚେ ଶୁଣିବେ।


       












Rate this content
Log in

Similar oriya poem from Inspirational