STORYMIRROR

Sandhyarani dash

Abstract

3  

Sandhyarani dash

Abstract

ଦୀପ ଟିଏ ଥିବି ହୋଇ

ଦୀପ ଟିଏ ଥିବି ହୋଇ

1 min
11.9K

ଜୀବନର ଏହି କଣ୍ଟକିତ ପଥେ

ଗୋଲାପର କଢୀ ହୋଇ,

ଫୁଟି ଉଠି ନୂଆ ଆନନ୍ଦ ପାଉଛି

ପୀୟୂଷ ନିଗାଡି ଦେଇ।

ହେଲେ ସେ ପୀୟୂଷ ହୃଦୟ ମନ୍ଦି ରେ

ଟିକେ ଖରା ଟିକେ ଛାଇ।

ଜୀବନର...........୧)


ପରଜାପତିଟି ଧୀରେ ଧୀରେ ଆସି

ତନୁ ମନ ଛୁଇଁ ଦିଏ,

ମଧୁ ଶୋଷି ନେଇ ଦୂରେ ଫିଙ୍ଗି ଦେଇ

ପାଖରୁ ଦୂରେଇ ଯାଏ।

ଫୁଲର ଆଦର କେବେ ଅନାଦ

ଜୀବନ ତ ତାର ଏଇ।

ଜୀବନର......(୨)


ସରଗର ସୁଖ ଆଣିଦିଏ ଦୁଃଖ

ନୂତନ ପଥକୁ ଚାହିଁ

କେବେ ଶକ୍ତ ଧ୍ଵାକା କରିଦିଏ ଏକା

କଥା ବି ହୁଅନି କହି।

ଅନ୍ୟର ହସ କୁ ସାଇତବା ପାଇଁ

ଜୀବନକୁ ବାଜି ଦେଇ।(୩)


ପ୍ରେମର ପ୍ରଦୀପ ଜାଳି ହୃଦୟରେ

ଚାହିଁଛି ସେ ଚାହିଁ ଥିବ

ଅନ୍ଧାରର ପଥ ହେବ ଆଲୋକିତ

ଅପେକ୍ଷା ସମୟ ଯିବ।

ଜୀବନକୁ ତିଳ ତିଳ ଜାଳି ଦେଇ

ଦୀପ ଟିଏ ଥିବ ହୋଇ।

ଜୀବନର....(୪)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract