STORYMIRROR

Manoja kumar Pattnayak

Drama Classics Fantasy

3  

Manoja kumar Pattnayak

Drama Classics Fantasy

ଦୀପ ଜାଳିବୁ ତୁ କାହା ପାଇଁ

ଦୀପ ଜାଳିବୁ ତୁ କାହା ପାଇଁ

1 min
172

ନାହିଁ ଅଯୋଧ୍ୟା ନାହିଁ ଆଜି ରାମ

ନାହିଁ ସେ ପ୍ରଜା ବତ୍ସଳ

ନିଜେ ନିଜ ହାତେ ଚାରିପା ଏଠି

ଲୋଡ଼ା ନାହିଁ ରାମ ରାଜ୍ୟ

ଲୋଡ଼ା ନାହିଁ ଆଜି ରାମ ରାଜ୍ୟ ଏଠି

କର୍ମ ଧର୍ମ ଲୋଡ଼ା ନାହିଁ

ଶୋଷଣ ଧର୍ଷଣ ଦିନବେଳେ ଏଠି

ଦୀପ ଯାଳିବୁ ତୁ କାହା ପାଇଁ

ମଣିଷର ଜନ୍ମ ନିଯେ ଦୀପ ସାଜି

ଦୁନିଆକୁ ଦେବ ନୂତନ ଆଲୋକ

ମଣିଷ ଏହାକୁ ବୁଝିନ ପରିକି

ଦିବସରେ କରେ ଧର୍ଷଣ

କରୁଥାଏ ନିଜ ପାଇଁ

ଦୀପ ଯାଳିବୁ ତୁ କାହା ପାଇଁ

ଦୀପ ଯାଳିବୁ ତୁ କାହା ପାଇଁ

ରାମ ରାଜ୍ୟ ଥିଲା କର୍ମ ଧର୍ମ ଥିଲା

ଥିଲା ନାରୀକୁ ଯଥେଷ୍ଟ ସମ୍ମାନ

ନାହିଁ ଏବେ ରାମ ନାହିଁ ଏବେ ମାନ

କାମ ବାଧା ସାଜେ ରାବଣ

ଜଗି ବସିଥାନ୍ତି ଧର୍ଷଣ ପାଇଁ

ଦୀପ ଯାଳିବୁ ତୁ କାହା ପାଇଁ

ଦୀପ ଯାଳିବୁ ତୁ କାହା ପାଇଁ

ଚଉଦ ବର୍ଷ ପରେ ବଣରୁ ଫେରିଲେ

କୌଶଲ୍ୟା ନନ୍ଦନ ରାମ

ପ୍ରଜା ବାଛଳ ଆନନ୍ଦିତ ହୋଇ

ଦୀପ କଲେ ପ୍ରଜ୍ଜଳଣ

ସୁଖ ଶାନ୍ତିର ଏ ରାଜ୍ୟର ରାଜା ଙ୍କ ପାଇଁ

ଦୀପ ଜଳିଥିଲେ ପ୍ରଭୁ ରାମଙ୍କ ପାଇଁ

ଖୁସିରେ ପ୍ରଭୁ ଶ୍ରୀ ରାମଙ୍କୁ ପାଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama