STORYMIRROR

Pradeep Kumar Mohanty

Abstract

3  

Pradeep Kumar Mohanty

Abstract

ଦୀନବନ୍ଧୁ

ଦୀନବନ୍ଧୁ

1 min
149

ଯେତେ ଦୁଃଖ ଦେଲେ ଦିଅ ଦୀନବନ୍ଧୁ

କରିବିନି ଅଭିମାନ,

ପଡିବା ଆଗରୁ ଧରିବେ ମୋ ହାତ

ଏତିକି ମୋର ନିବେଦନ।

ଯାହାବି ଦେଇଛ ଯେତିକି ଦେଇଛ

ଏତିକିରେ ମୁଁ ଖୁସି,

ମାଗିବିନି ଆଉ ଜୀବନେ କିଛି

ହୃଦୟରୁ ମୋର ବିନତି ।

ଆସିବକି ପ୍ରଭୁ ରତ୍ନବେଦୀ ଛାଡି

ମୋର ଭଙ୍ଗା କୁଟିରକୁ,

କହିବାକୁ ଅଛି କେତେ କଥା ମୋର

ତୁମ କାନ କୁଣ୍ଡଳୀରେ ।

ଯେତେ ଦୁଃଖ ଦେଲେ ଦିଅ ଦୀନବନ୍ଧୁ

କରିବିନି ଅଭିମାନ,

ପଡିବା ଆଗରୁ ଧରିବେ ମୋ ହାତ

ଏତିକି ମୋର ନିବେଦନ।

ଆଶା ଅଛି ମୋର ତୁମରି ନୟନେ

ତୁମକୁ ମୁଁ ଦେଖିବି,

ଅଚିନ୍ତା ନିଦ୍ରାରେ ଚିରଦିନ ପାଇଁ

ତୁମ ପଶେ ମୁଁ ଶୋଇବି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract