Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banshidhara Mohanty

Others

4  

Banshidhara Mohanty

Others

ଗୁରୁ ହେ ଘେନ କୋଟି ପ୍ରଣାମ

ଗୁରୁ ହେ ଘେନ କୋଟି ପ୍ରଣାମ

1 min
120


ଅନ୍ଧାରରୁ ଉଦ୍ଧାରିଲ ତୁମେ ଶିକ୍ଷାତୁଲ୍ୟ

ଗୁରୁ ବିନା ଶିକ୍ଷାର ଯେ ନାହିଁ କିଛି ମୂଲ୍ୟ

ଗୁରୁ ଦିବସରେ କରୁ ତୁମ ଜୟଗାନ

ଗୁରୁ ହେ ଘେନ କୋଟି ପ୍ରଣାମ ।

ବିଦ୍ୟା ଦେଲ ବୁଦ୍ଧି ଦେଲ ଦେଖାଇଲ ବାଟ

ନ ରଖି ମନରେ ଛନ୍ଦ ନ ରଖି କପଟ

ଆକାଶଠୁ ବଡ଼ ସାଗରୁ ଗଭୀର ମନ

ଗୁରୁ ହେ ଘେନ କୋଟି ପ୍ରଣାମ ।

ତୁମେ ବ୍ରହ୍ମା ବିଷ୍ଣୁ ପୁଣି ତୁମେ ମହେଶ୍ବର

ତୁମେ ହିଁ ଆରମ୍ଭ ଆମ ଛାତ୍ର ଜୀବନର

ରଖିଥାଉ ମଥା ସଦା ଚରଣରେ ତୁମ

ଗୁରୁ ହେ ଘେନ କୋଟି ପ୍ରଣାମ ।

ବେତ ବାଡ଼ି ଛାଟ କିଏ ପାରିବ କି ଭୁଲି ?

ପଥ ପ୍ରଦର୍ଶକ ଆଉ ତ ତୁମର ସେ ଗାଳି

ବାଟ ହୁଡ଼ିନାହୁଁ ଆମେ ରଖିବୁ ମାନ

ଗୁରୁ ହେ ଘେନ କୋଟି ପ୍ରଣାମ ।

ଯେତେ ଦିନ ଯାଏଁ ଥିବ ଏ ବିଶ୍ୱ ଭାରତ

ପୂଜା ପାଉଥିବେ ଗୁରୁ ଚିର ଆଉ ନିତ୍ୟ

ଅକ୍ଷୁର୍ଣ୍ଣ ରହୁ ଜଗତେ ସଦା ତୁମ ନାମ

ଗୁରୁ ହେ ଘେନ କୋଟି ପ୍ରଣାମ ।


Rate this content
Log in