STORYMIRROR

Pradeep Kumar Mohanty

Others

3  

Pradeep Kumar Mohanty

Others

ଏ ଦେଶ ଆମରି ଜନମ ଭୁଇଁ

ଏ ଦେଶ ଆମରି ଜନମ ଭୁଇଁ

1 min
266

ଏ ଦେଶ ଆମର ଜନମ ଭୁଇଁ

ସାଧନାରେ ଭରା ପୁଣ୍ୟ ଭୂମି

ଆମରି ଜନମ ଭୁଇଁ

ଯାର ସବୁଜ ଶିରୀ ସାତ ସପନ ଭରା

ନୀଳ ସାଗର ବାଛି ଛାୟା ପଥରେ ହରା

ଚିରମନୋହର ଏଇ ସେ ଭାରତ

ଆମରି କର୍ମ ଭୁଇଁ ଆମରି ଜନ୍ମ ଭୁଇଁ

ଯହିଁ ଫୁଲରେ ସୁଧା ଫୁଲରେ ମହୁ

ଯହିଁ ସଭିଏଁ ସାଥି ସଭିଏଁ ବନ୍ଧୁ

ସାଥି ମୋହର ମମତା ମଧୁର

ଆମରି ସ୍ୱପ୍ନ ଭୁଇଁ ଆମର ଜନମ ଭୁଇଁ

ନୀଳ ସାଗର ଯାର ନିତି ଚରଣ ଧୁଏ

ହିମାଳୟ ଚୁଡା ନୀଳ ଆକାଶ ଛୁଏଁ

ସୁଖ ଶାନ୍ତି ଭରା ସାଗର ସମାନ

ଜନନୀ ଜନ୍ମଭୂମି ଆମରି ଜନମ ଭୁଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍