STORYMIRROR

Pradeep Kumar Mohanty

Others

3  

Pradeep Kumar Mohanty

Others

ଦୀନବନ୍ଧୁ

ଦୀନବନ୍ଧୁ

1 min
256

ଯେତେ ଧୋକା ଦେଲେ ଦିଅ ଦୀନବନ୍ଧୁ

କରିବିନି ଅଭିମାନ

ପଡିବା ଆଗରୁ ଧରିବେ ମୋ ହାତ

ଏତିକି ମୋର ନିବେଦନ

ଯାହାବି ଦେଇଚ ଯେତିକି ଦେଇଚ

ଏତିକିରେ ମୁଁ ଖୁସି

ମାଗିବିନି ଆଉ ଜୀବନେ କିଛି

ହୃଦୟରୁ ମୋ ବିନତି

ଆସିବ କି ଆଉ ରତ୍ନବେଦୀ ଛାଡି

ମୋର ଭଙ୍ଗା କୁଟୀରକୁ

କହିବାର ଅଛି କେତେ କଥା ମୋର

ତମ ଏ କର୍ଣ୍ଣ କୁଣ୍ଡଳୀରେ

ଯେତେ ଦୁଃଖ ଦେଲେ ଦିଅ ଦୀନବନ୍ଧୁ

କରିବିନି କିଛି ଅଭିମାନ

ପଡିବା ଆଗରୁ ଧରିବେ ମୋ ହାତ

ଏତିକି ମୋର ନିବେଦନ

ଆଶା ଅଛି ମୋର ତୁମରି ନୟନେ

ତମକୁ ମୁଁ ଦେଖିବି

ଅଚିନ୍ତା ନିଦରେ ଚିରଦିନ ପାଇଁ

ତୁମ ପାଶେ ମୁଁ ଶୋଇବି

ହୋ ହୋ ହୋ

ଯେତେ ଧୋକା ଦେଲେ ଦିଅ ଦୀନବନ୍ଧୁ

କରିବିନି ଅଭିମାନ

ହୋ ହୋ ହୋ

କରିବିନି ଅଭିମାନ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍