ଏ ମାଟି ଛୁଇଁ ଶପଥ କର
ଏ ମାଟି ଛୁଇଁ ଶପଥ କର
1 min
247
ଏ ମାଟି ଛୁଇଁ ଶପଥ କର
ଏହାର ଧୂଳି ମୁଣ୍ଡରେ ମାର,
ସୁନାଠୁ ବଳି ଏ ମାଟିରେ
ମୋ ଜନ୍ମଭୂଇଁରେ ମାଟିରେ ।
ଏହାର ଧୂଳି କଣାଟି ପାଇଁ
ୟାରୀ ରକତେ ବୁହାଏ ନଈ
କୋଟି ମୁଣ୍ଡ ଯାଇଅଛି କୋଟିରେ
ମୋର ଜନ୍ମଭୂଇଁ ମାଟିରେ
ଏହାର ତୁଳ କିଏ ସେ ହେବ
ଜଗତ କୋଳେ ନାହିଁ ନଥିବ
କିଏ ପାରେ ଏହା ମାୟା କୋଟିରେ
ମୋ ଜନ୍ମଭୂଇଁରେ ମାଟିରେ ।
