Mati nuhe ama matru bhumi a
Mati nuhe ama matru bhumi a
1 min
343
ମାଟି ନୁହେଁ ଆମ ମାତୃଭୂମି ଏ
ସରଗଠୁ ଗରୀୟସୀ,
ଯା ପାଣି ପବନେ ଗଢା ଏ ଶରୀର
ସେଇଥିରେ ଯିବି ମିଶି।
ହିମାଳୟ ଶିରୋ ମୁକୁଟ ଯାହାର
ସଦା ସିନ୍ଧୁ ସଞ୍ଚି ଯାଏ ଯା ପାୟର,
ସୁଜଳ ସୁଫଳ ଶସ୍ୟ ଶ୍ୟାମଳ
ପୁଣ୍ୟଭୂମି ଅଭିନସୀ।
ବାର ବର୍ଷର ପଥୁରିଆ ପିଲା
ଗଢ଼ିଗଲା ଯେଉଁ କୋଣାର୍କ କଳା
ଦେଖିଲେ ବିସ୍ମିତ ହେ
ଆମେ ସେହି ଦେଶବାସୀ ।
କେତେ ତପ ବଳେ କେତେ ପୁଣ୍ୟ ଫଳେ,
ଲୋଭି ଜନମ ଏ ମାଟିର କୋଳେ
ରଖିବାକୁ ମାନ ମୋର ସନମାମ
ଜୀବନ ଦେବି ଝଲସି।
