Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Abstract

3  

Sangeeta Barik

Abstract

ଦିବ୍ୟ ଶିଳ୍ପୀ ବିଶ୍ବକର୍ତ୍ତା

ଦିବ୍ୟ ଶିଳ୍ପୀ ବିଶ୍ବକର୍ତ୍ତା

1 min
185



ଏକ

ଜଗତର ନାଥ କାଳିଆ ସାଆନ୍ତ

ନୀଳାଚଳ କ୍ଷେତ୍ରବାସୀ,

ମହୋଦଧିକୂଳେ କଳାଗୁଣିଆ ହେ

ନେତ୍ର ଦିବାକର ଶଶୀ ।

ଦୁଇ

ଅଧାଗଢା ତୁମ ବଳିୟାର କର

କରମ କରତା ତୁମେ,

ସାରାସଂସାରକୁ ମାୟାରେଛନ୍ଦିଛ

ବାନ୍ଧିଛ ଭକତି ପ୍ରେମେ ।

ତିନି

ପଦ ନଥାଇ ବି ସର୍ବବ୍ୟାପ୍ତ ତୁମେ

ଜଡ ଜୀବନର ସତ୍ତା,

ଏ ସାରା ବ୍ରହ୍ମାଣ୍ଡ ତୁମ କର୍ମକାଣ୍ଡ

ଦିବ୍ଯ ଶିଳ୍ପୀ ବିଶ୍ବକର୍ତ୍ତା ।

ଚାରି

ପଲକବିହୀନ ତୁମ ଦ୍ୱିନୟନ

ମୁଖ୍ୟଆକର୍ଷଣ ମୁଖେ,

ନଜରରେ ତୁମ ସର୍ବେ ଆପଣାର

ବାନ୍ଧି ରଖ ଦୁଃଖେ ସୁଖେ ।

ପାଞ୍ଚ

ପତିତପାବନ ନାହିଁ ତବ କର୍ଣ୍ଣ

ଗୁହାରି ଶୁଣ ସର୍ବଦା,

ନିଜରୂପନିଜେ ଗଢିଦେଲହସ୍ତେ

ଅବୟବ ରଖି ଅଧା ।

ଛଅ

ରୂପରେ ସାକାର ପୁଣିନିରାକାର

ଅପରୂପ ବ୍ରହ୍ମଜ୍ୟୋତି,

ଅନାଦି ଅନନ୍ତ ଜାଗ୍ରତ ଓ ସୁପ୍ତ

ଉତ୍ପତ୍ତି ବିଲୟ ସ୍ଥିତି ।

ସାତ

ବେନିକରଯୋଡି କରୁଛିଗୁହାରି

ଶ୍ରୀକ୍ଷେତ୍ର କାଳିଆ ଧନ,

ସତ୍ୟଦୟାଶାନ୍ତି ନ୍ୟାୟଧର୍ମପ୍ରୀତି

ସଂସାରେ କରିବ଼ ପୂର୍ଣ୍ଣ ।



Rate this content
Log in

Similar oriya poem from Abstract