STORYMIRROR

Kalandi pal

Tragedy Crime

3  

Kalandi pal

Tragedy Crime

ଦିବାଲୋକେ

ଦିବାଲୋକେ

1 min
151


ଦିବାଲୋକେ ଧର୍ମ ନ୍ୟାୟ ସନମାନ

    ନିଷ୍କଳଙ୍କ ସୂର୍ଯ୍ୟ ତେଜ

ରାତ୍ରି କାଳ ବେଳ  ଅନୀତି ଆଚାର

    ଅଧର୍ମ ଗଢେ ସ୍ବରାଜ।।


ସକଳ ଶକ୍ତିର    ଉତ୍ସ୍ ଏକାକାର

     ତପନ ଢାଳି ଦିଅନ୍ତି

ଧର୍ମର ଅମୃତ    କିରଣେ ବିଦିତ

   ସତ୍ୟ ନ୍ୟାୟ ପୁଣ୍ୟ ଜ୍ୟୋତି।।


ଗୁଣ ତା ମହାନ   କରଇ ଶୋଷଣ

      ଆବର୍ଜ୍ଜନାରୁ ଅମୃତ

ନ ଥାଏ ବିକାର   ସଦା ନିର୍ବିକାର

      ସୁଶିକ୍ଷା ପାଏ ଜଗତ।।


ବୁଝେନା ମାନବ ସେ ଦିବ୍ୟ ପ୍ରଭାବ

    ଦାନବ ପକୃତି ରଟି

ସ୍ପଷ୍ଟ ଦିବାଲୋକେ ଥରାଇ ଆତଙ୍କେ

     ନିଅଇ ସର୍ବସ୍ବ ଲୁଟି।।


ନାରୀ ବଳାତ୍କାର  ଲାଞ୍ଚ କାରବାର

     ପାପ ଅନ୍ୟାୟ ଅନୀତି

ବିଟପୀ ରଚଇ   ନିଜ ସ୍ବାର୍ଥ ପାଇଁ

     ଧର୍ମ ମୁଖେ ବାନ୍ଧି ପଟି।।


ରାତ୍ରୀଠୁଁ ବଳିଲା ଦିବାଲୋକ ପରା

    ଆଖିରେ ଆଙ୍ଗୁଠି ଗେଞ୍ଜି

ଆଇନ କାନୁନ    ଦିଶଇ ମଳିନ

    ପୁଞ୍ଜିପତି ଦେଇ ପୁଞ୍ଜି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy