STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ଦିଆ ଜଳାଇ ପ୍ରାର୍ଥନା (୧୨)

ଦିଆ ଜଳାଇ ପ୍ରାର୍ଥନା (୧୨)

1 min
226

ସକଳ ଜନତା ଏକମନ ପ୍ରାଣ 

 ଦେଇ କରନ୍ତି ଲଢେଇ

ଭାରତୀୟ ଆଜି ବଶ୍ଵକୁ ଏପରି ବାରତା ଛନ୍ତି ପଠାଇ


ଆଦ୍ୟ ରାତ୍ର ନଅ ଘଟିକା ସମୟେ

 ନଅ ମିନିଟ ର ପାଇଁ

ବିଜୁଳି ଆଲୋକ ସବୁରି ଗୃହରୁ ଦେଇ ଅଛନ୍ତି ଲିଭାଇ


ସେତିକି ସମୟ ଘୃତ, ତୈଳ ଦୀପ 

“ପ୍ରଜ୍ବଳିତ ଘରେ ଘରେ

କରି” ଏକତ୍ରିତ ଭାବନା ପ୍ରକାଶ କଲେ ବ୍ୟାଧି ବିରୁଦ୍ଧରେ


କରୋନା ଏବେଳେ ବିଶ୍ଵ ଭ୍ରମି ଭ୍ରମି

 “ଉପଗତ ଭାରତରେ

ହୋଇ” ଧୀରେ ଧୀରେ ଅତିକାୟ ତା’ର ହସ୍ତ ଏଠାରେ ପ୍ରସାରେ


ଏହି ବ୍ୟାଧି ଭୟେ ଆହେ ଜଗନ୍ନାଥ 

ଶ୍ରୀମନ୍ଦିର ଭକ୍ତ ଶୂନ୍ୟ

ଆନନ୍ଦ ବଜାରେ ବିକା ହେଉନାହିଁ ଶ୍ରୀମହାପ୍ରସାଦ ଅର୍ଣ୍ଣ


ଲିଙ୍ଗରାଜ ଦେବ ରୁକୁଣା ରଥ ଯେ ଅଶୋକାଷ୍ଟମୀ ଦିନ

ଗଡିଲା ନାହିଁ କି ବିଜେ କଲେ ନାହିଁ

ମହାପ୍ରଭୁ ତ୍ରିଲୋଚନ


ତଥାପି ଏ ବ୍ୟାଧି ବେଳୁ ବେଳ ତା’ର

 କାୟା ବିସ୍ତାର କରୁଛି

କେମିତି ନିଷ୍ପ୍ରଭ ହେବ ୟାର ଶକ୍ତି କେତେ ଚିନ୍ତା ବଢ଼ାଉଛି


ଓଡ଼ିଶାର ରାଜଧାନୀ ରେ କରୁଛି 

କରୋନା କର ବିସ୍ତାର

ସାବଧନ ହୁଅ ଜନତା ସକଳ ପାଇବ ତହୁଁ ନିସ୍ତାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract