Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଦିଅ ମା' ଐଶ୍ୱର୍ଯ୍ୟ ଭରି

ଦିଅ ମା' ଐଶ୍ୱର୍ଯ୍ୟ ଭରି

1 min
170



ଭାଦ୍ରବ ମାସର ଶୁକଳ ପଞ୍ଚମୀ

ଶୁଭଲଗ୍ନ ଆମ ପାଇଁ

ବରଷକେ ଥରେ ଆସିଅଛି ଆଜି

ଗଣପର୍ବ ନୂଆଖାଇ ।


ଭକତି ବିଶ୍ବାସେ ଶୁଦ୍ଧ ଚିତ୍ତ ମନେ

କରୁଅଛୁ ସମର୍ପଣ

ଶରଧା ବଳାଇ ଘେନାକର ମାଆ

ନୈବେଦ୍ୟ ଭୋଗ ନବାନ୍ନ ।


ତୁମ ଅନୁଗ୍ରହେ ହୁଅଇ ଉତ୍ପନ୍ନ

ଫଳମୂଳ ଖାଦ୍ୟଶସ୍ୟ

ଉନ୍ମେଷେ ଜୀବନ ତୁମରି ପ୍ରସାଦୁ

ଫୁଟେ ମୁଖେ ମଧୁ ହାସ୍ୟ ।


ହୋଇ ଯୋଡ଼ହସ୍ତ କରୁଛୁ ପ୍ରାର୍ଥନା

ସବିନୟ ନିବେଦନ

ଉଲ୍ଲସୁ ପରାଣ ବିକଶୁ ଜୀବନ

ମଧୁମୟ ଅନ୍ନବ୍ରହ୍ମ ।


ନିର୍ଝରୁ ମମତା ସରସ ସୁନ୍ଦର

ମୈତ୍ରୀ ପ୍ରୀତି ସଦ୍ଭାବନା

ପ୍ରବହୁ ଅମୃତ ମଧୁର ନିର୍ଯ୍ୟାସ

ସ୍ନେହ ପ୍ରେମ ସଙ୍କଳ୍ପନା ।


ତୁମେ ଆଦିଶକ୍ତି ଜଗତ ଜନନୀ

ଅମୃତର ଅଧୀଶ୍ୱରୀ

ଦିଅ ଶୁଭାଶିଷ ସୁଖ ଆଉ ଶାନ୍ତି

ଦିଅ ମା'ଐଶ୍ୱର୍ଯ୍ୟ ଭରି ।

 


Rate this content
Log in

Similar oriya poem from Inspirational