ଦି ଧାର ଲୁହ
ଦି ଧାର ଲୁହ
ଦି ଧାରଲୁହ ଗଡିଯାଏ ମୋର
କାଳିଆରେ ତୋ କଳାବଦନ ଦେଖି
ରନ୍ଢସିଂହାସନେ ବସିଛୁ କାଳିଆ
ଦେଖି ଲାଖିଯାଏ ମୋଆଖି
ଆଖିରୁ ଦିଧାର ଲୁହ ଗଡିଯାଏ
ତୋ କଥାଭାବିଲେମୁହିଁ
ତୋ ଶ୍ରୀକ୍ଷେତ୍ର ଘୁରି ବୁଲୁଥିବି
ତୋ ବଡଦାଣ୍ତ ଧୁଳିନେଇ
ଆଖିରୁ ଦିଧାର ଲୁହ ଗଡିଯାଏ
ତୋ ନନ୍ଦିଘୋଷ ରଥରେ ଦେଖି
ସତେକିରେ ଜଗା ବଂଚି ରହିଥିବି
ତୋ ରଥ ଦଉଡି ଟାଣିବାପାଇଁ
ଆଖିରୁ ଦିଧାର ଲୁହ ଗଡିଯାଏ
ପହଣ୍ତି ବେଳର ଛେଚା
ଛେଚି ଛେଚି ତତେ ଆଣିଲା ବେଳକୁ
ଛାତିଫାଟି ଯାଏମୋର ଦେଖି ତୋ ଶ୍ରୀମୂଖକୁ
ଆଖିରୁ ମୋହର ଲୁହ ଗଡିଯାଏ
ମାଗିଲେ ତୋ କରୁଣା ଟିକେ
ସତେକି କାଳିଆ ଦୟାହେବ ତୋର
ଏ ଅଧମ କବିଠାରେ
