ଦି'ଛକରେ ଜୀବନ
ଦି'ଛକରେ ଜୀବନ
ଜୀବନ ଆମର ଅତି ମୂଲ୍ଯବାନ
ଏହାତ ଭଗବାନଙ୍କ ବରଦାନ ।
ନିଜ ଭବିଷ୍ଯତ ନିଜେ ଗଢିବା
ଭାଗ୍ଯକୁ ନିନ୍ଧା କାହିଁ କରିବା ?
ଛୋଟ ଭାବିବାନି କାହାରିକୁ ଆମେ
ଶିକ୍ଷା କରିବା ଦେଇ ସମ୍ମାନେ ।
ଘୃଣା ଅବା ଦ୍ବେଷ ନରଖ ମନରେ
ହସି ହସେଇବା ମନ ଉଲ୍ଲାସରେ ।
ଆଜିର ଜୀବନ କାଲିକି ନାହିଁ
କାହାରିକୁ ଅଭିମାନ କରିବା କାହିଁ ।
