STORYMIRROR

Gadadhar Sahoo

Abstract

3  

Gadadhar Sahoo

Abstract

ଦି ଛକିରେ ଜୀବନ

ଦି ଛକିରେ ଜୀବନ

1 min
212


ଆଜିର ଜୀବନ

କଲି କି ନାହିଁ

ଘରୁ ଗୋଡ କାଢିଲେ

ଫେରିବାରେ ଦୃଢତା

ସବୁବେଳେ ସତେଜ ନଥାଇ ।


ତଥାପି ମଣିଷର

ଦମ୍ଭ ଅହଂକାର ଅହମିକାରେ

ଭଟା ପଡୁନି

ଦିନକୁ ଦିନ ବଢୁଛି

ଉତାଳ ତରଙ୍ଗ ପରି ।


ଭଲ ମନ୍ଦ

ସୁଖ ଦୁଃଖ

ଲାଭ କ୍ଷତି

ହସ କାନ୍ଦ

ଭଲ ମନ୍ଦ

ଦୋ ଛକିରେ ବସି

ଜୟ ପରାଜୟର

ଛାଇ ଆଲୁଅରେ

ଜୀବନର ମୂଲ୍ୟବୋଧ ତଉଲୁଛି

ଜନ୍ମ ମୃତ୍ୟୁର ଆବଦ୍ଧ

ସନ୍ଧିକ୍ଷଣରେ 

ଅବଶିଷ୍ଟ ଆୟୁସର ସ୍ଵାଦ ଚାଖିବାକୁ ।



Rate this content
Log in

Similar oriya poem from Abstract