STORYMIRROR

Yudhisthira Lenka

Inspirational Others Children

3  

Yudhisthira Lenka

Inspirational Others Children

ଧ୍ୟାନଚାନ୍ଦଙ୍କ ଦେଶପ୍ରେମ

ଧ୍ୟାନଚାନ୍ଦଙ୍କ ଦେଶପ୍ରେମ

1 min
280

ଉଣେଇଶି ଶହ ଛତିଶି ମସିହା

ଅଲମ୍ପିକ ହକି ଖେଳେ

ଜର୍ମାନୀ ଭାରତ ଭେଟାଭେଟି ହେଲେ

ଫାଇନାଲ ମ୍ୟାଚ୍ ବେଳେ ।।୧।।


ଭାରତ ଜିତିଲା ଆଠ ଏକ ଗୋଲେ

ଜର୍ମାନୀ ମାରିଲା ଫେଲ୍

ଧ୍ୟାନଚାନ୍ଦଙ୍କର ଅବଦାନ ଥିଲା

ହାଟ୍ରିକ ତିନିଟି ଗୋଲ୍ ।।୨।।


ଜର୍ମାନୀ ଶାସକ ହିଟଲର ଥିଲେ

ଗ୍ୟାଲେରୀ ମୁଖ୍ୟ ଦର୍ଶକ

ଧ୍ୟାନଚାନ୍ଦଙ୍କର ହକିର ଯାଦୁରେ

ହୋଇଥିଲେ ସେ ଅବାକ ।।୩।।


ଧ୍ୟାନଚାନ୍ଦଙ୍କର ନିପୁଣ ଖେଳରେ

ହିଟଲର ଚମକିଲେ

ହକି କାଠିରେ କି ଚୁମ୍ବକ ଲାଗିଛି

ବୋଲି ସିଏ ଭାବୁଥିଲେ ।।୪।।


ହିଟଲର ତାଙ୍କୁ ନିମନ୍ତ୍ରଣ ଦେଲେ

ନୈଶ୍ୟ ଭୋଜନକୁ ଡାକି             

  ତୁମ ଦେଶ କଣ ଦେଇଛି କହିଲେ

ନିଜ ପାଇଁ ଭାବ ଦେଖି ।।୫।।


ଲାନସ ନାଏକ ନୀଚ ପଦବୀରେ

ନିଯୁକ୍ତ ଭାରତେ ରହି

ଫିଲଡ ମାର୍ଶାଲ ପଦବୀ ପାଇବ

ଖେଳ ମୋର ଦେଶପାଇଁ ।।୬।।


ସ୍ୱାର୍ଥ ପାଇଁ ନୁହେଁ ଦେଶ ପାଇଁ ଖେଳେ

ଧ୍ୟାନଚାନ୍ଦ କହିଥିଲେ

ସ୍ୱାର୍ଥକୁ ସାରଥୀ କରି ପାରିବିନି

କୁକୁର ପ୍ରକୃତି ବୋଲେ ।।୭।।


ବିଶ୍ୱାସଘାତକ ହେବିନି ଦେଶର

ସିଏ ପରା ମୋର ମାଆ

ଦେଶର ସମ୍ମାନ ପାଇଁକି ଖେଳିବି

ରଖିବି ତାହାର ନାଆଁ ।।୮।।


ଦେଶର ଦାୟିତ୍ୱ ନୁହଁଇଟି କେବେ

ମୋତେ ଆଗେ ବଢାଇବ

ମୋହର ଦାୟିତ୍ୱ ନିଶ୍ଚୟ ରହିଛି

ଦେଶ କିପରି ବଢିବ ।।୯।।


ଭାରତ ଆଠଟି ଅଲମ୍ପିକ ସ୍ୱର୍ଣ୍ଣ

ହକି ଖେଳେ ଜିତିଥିଲା

ହକି ଖେଳ ଦେଶେ ଧ୍ୟାନଚାନ୍ଦ ପାଇଁ

ସ୍ୱର୍ଣ୍ଣାକ୍ଷରେ ରହିଗଲା ।।୧୦।।


ଧ୍ୟାନଚାନ୍ଦଙ୍କର ଶୁଦ୍ଧ ଦେଶପ୍ରେମ

ଇତିହାସେ ରହିଥିବ

ଦେଶପାଇଁ ପ୍ରାଣ ସମର୍ପିତ ହେଲେ

ଦେଶପ୍ରେମ ବୋଲାଇବ ।।୧୧।।


ଜନ୍ମଭୂମି ପାଇଁ ଜୀବନ ଯାହାର

ସଦା ଅଟେ ସମର୍ପିତ

ସ୍ୱାର୍ଥ ତୋଷାମଦ ନଥାଏ ତାହାର

ଦେଶପ୍ରେମୀ ରୂପେ ଖ୍ୟାତ ।।୧୨।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational