STORYMIRROR

Pravatirani Mohanty

Abstract

4  

Pravatirani Mohanty

Abstract

ଧୂଳି

ଧୂଳି

1 min
342


ଧୂଳି ର କବିତା ସମୀକ୍ଷା ପାଇଁ କି

ଭାଷା ନାହଁ ମୋ ପାଖରେ

ଧୂଳି ମା ମାଟି ମାଟି ମା ଧୂଳି

ମଥାରେ  ବୋଳେ ଗର୍ବରେ

ଏହି ମାଟି ମୋର ଚନ୍ଦନ ସମାନ

ଯା କୋଳେ ଜନମି ମୁହଁ

କେତେ ଯତନରେ ବଡ଼ାଇଛି ମୋତେ

କୋଳ ରେ ନେଇ କୋଳେଇ

ଜନମଠାରୁ ତ ମରଣ ପର୍ଯ୍ୟନ୍ତ

ମା ମାଟି ମୋର ସାଥି

ଶେଷ ନିଦ୍ରା ମୋର ତାହାରି କୋଳରେ

ନେବ ସେ ମୋତେ ସାଉଁଟି

ବନ୍ଧନ ତାର ଅତିବ ନିବିଡ଼

ଜନମ ଜନମ ପାଇଁ

ଦିବ୍ୟ ଚେତନାରେ ପ୍ରାଣ ଭରିଯାଉ

ବାକି ଦିନ କେତେ ପାଇଁ

ଲେଖନୀ ତୁମର ଚିର ଶାଶ୍ୱତ

ଝରୁ ଝରଝର ହୋଇ

ଶୁଭରାତ୍ରୀ ପାଇଁ ଗୀତାଅପା ଭାଇ

ପ୍ରଣାମ ଦେଲି ପଠାଇ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract