ଧୁଣ୍ଡ ବୋଉ
ଧୁଣ୍ଡ ବୋଉ
ତାର କିଛି ଯାଏ ଆସେନି
ସର୍କାର କିଏ ଗଢିଲାକହେନି
କିଏ ସେ ଆକାଶେଉଡ଼ିଲା ଶୁଣେନି
ତାର ଦରକାର ହୁଏ କରଣୀ
ଫାଇଭ୍ ଷ୍ଟାର ହୋଟେଲ ଦେଖିନି
ବଢିଚୁରା ଆଉ ପଖାଳ କଂସାଏ
କମ୍ ତୃପ୍ତିରେ ସେ ଖାଏନି
ଘଡ଼ିଏ ପହଡେ ଏପଟ ସେପଟ
କାହାକୁ ପଦେ ସେ କହେନି
କସ୍ତା ଶାଢୀ ପିନ୍ଧି ଦେବା ଦେବୀ ଲାଗେ
ସବୁ କାମ ରେ ସେ ଥାଏ ସବାଆଗେ
ଦେଶ ପାଇଁ ଧୁଣ୍ଡ ଜୀବନ ଗଲାରୁ
ଠାକୁର ଘରକୁ ଯାଏନି
କଥା ହୁଏ ନିଜ ସାଥିରେ
ବଉଳା ସହିତ କେବେବା କେମିତି
ମଜା କରୁଥିବ ଖୁସୀ ରେ
ତା ହସ ଆଉ କେବେ ମିଳେନି
ଧୁଣ୍ଡ ବୋଉ ଆଉ ଉଠି ପାରୁନି
ମହନି ମହନ୍ତ ଜାତକ ନଦେଖି
କହନ୍ତି ଜନମ ମରଣ
ଧୁଣ୍ଡ ବୋଉ ଆଉ କାଳେ ହବନି
ସାହି ସାରା ପଡେ ଚଳ ଚଞ୍ଚଳ
ଡ଼କା ହକା ହୋଇ ନେଇ ଯିବେ ବୋହି
ପାଖ ନୁହେଁ ଗାଁ ମଶାଣି
ଧୁଣ୍ଡ ବୋଉ କଥା ଏବେ ସରୁନି
ସବୁ ସମ୍ପତ୍ତି ସେ ଦାନ କରିଅଛି
ସର୍କାର ଙ୍କୁ କହେ ସପନି
ଧୁଣ୍ଡ ବୋଉ ସଳରି କିଏ ହେବେନି!
