STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଧୁଣ୍ଡ ବୋଉ

ଧୁଣ୍ଡ ବୋଉ

1 min
358

ତାର କିଛି ଯାଏ ଆସେନି

ସର୍କାର କିଏ ଗଢିଲାକହେନି

କିଏ ସେ ଆକାଶେଉଡ଼ିଲା ଶୁଣେନି

ତାର ଦରକାର ହୁଏ କରଣୀ

ଫାଇଭ୍ ଷ୍ଟାର ହୋଟେଲ ଦେଖିନି

ବଢିଚୁରା ଆଉ ପଖାଳ କଂସାଏ

କମ୍ ତୃପ୍ତିରେ ସେ ଖାଏନି

ଘଡ଼ିଏ ପହଡେ ଏପଟ ସେପଟ

କାହାକୁ ପଦେ ସେ କହେନି

କସ୍ତା ଶାଢୀ ପିନ୍ଧି ଦେବା ଦେବୀ ଲାଗେ

ସବୁ କାମ ରେ ସେ ଥାଏ ସବାଆଗେ

ଦେଶ ପାଇଁ ଧୁଣ୍ଡ ଜୀବନ ଗଲାରୁ

ଠାକୁର ଘରକୁ ଯାଏନି

କଥା ହୁଏ ନିଜ ସାଥିରେ

ବଉଳା ସହିତ କେବେବା କେମିତି

ମଜା କରୁଥିବ ଖୁସୀ ରେ

ତା ହସ ଆଉ କେବେ ମିଳେନି

ଧୁଣ୍ଡ ବୋଉ ଆଉ ଉଠି ପାରୁନି

ମହନି ମହନ୍ତ ଜାତକ ନଦେଖି

କହନ୍ତି ଜନମ ମରଣ

ଧୁଣ୍ଡ ବୋଉ ଆଉ କାଳେ ହବନି

ସାହି ସାରା ପଡେ ଚଳ ଚଞ୍ଚଳ

ଡ଼କା ହକା ହୋଇ ନେଇ ଯିବେ ବୋହି

ପାଖ ନୁହେଁ ଗାଁ ମଶାଣି

ଧୁଣ୍ଡ ବୋଉ କଥା ଏବେ ସରୁନି

ସବୁ ସମ୍ପତ୍ତି ସେ ଦାନ କରିଅଛି

ସର୍କାର ଙ୍କୁ କହେ ସପନି

ଧୁଣ୍ଡ ବୋଉ ସଳରି କିଏ ହେବେନି!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract