STORYMIRROR

Dharitri Das

Inspirational

3  

Dharitri Das

Inspirational

ଧର୍ଯ୍ୟ

ଧର୍ଯ୍ୟ

1 min
229

ଧର୍ଯ୍ୟଟି ଏକ ସୁଗମ ପଥ

ସୁନ୍ଦର କରେ ଜୀବନ ରଥ।


ସେ ପଥେ ଯାତ୍ରା କରିଲେ ନର

ଜୀବନେ ପାଏ ଅତୁଟ ବର।


ତାହାରି ପାଶେ ଗଢ଼ିଲେ ଘର

ବିଜୟ ହେବ ନିଶ୍ଚେ ତୁମ୍ଭର।


ଧର୍ଯ୍ୟ ଆମକୁ ଦିଅଇ ବଳ

ବିପଦୁ ରଖେ ଆମରି କୁଳ।


ମନରେ ଆଣେ ଶକତି ସେତ

ମାନବ ପାଇଁ ଅଚଳ ବିତ୍ତ।


ସାଥିରେ ଥିଲେ ଶତ୍ରୁକୁ ଜୟ

କରିବା ପାଇଁ ନଥାଏ ଭୟ।


ଅଧର୍ଯ୍ୟ ହୋଇ କରିବା ନାହିଁ

କେବେବି କିଛି ଜୀବନେ ଭାଇ।


ଧର୍ଯ୍ୟର ସହ କରିବ କର୍ମ

ସୁଗମ ହେବ ଜୀବନ ତୁମ।


ସମାଜେ ଘର କରିଲେ ଭାଇ

ତା ହାତ କେବେ ଛାଡିବ ନାହିଁ।


ସେହିତ ଆମ ପରମ ମିତ

ସାଥିରେ ଥିଲେ କରିଵ ହିତ।


ଏହି ଗୁଣକୁ ପର୍ବତ ଠାରୁ

ଶିଖିଲେ ହେବ ଅଚଳ ମେରୁ।


ଏତିକି କଥା ମନରେ ହେଜ

ପାଇବ ତୁମେ ମହାନ ତେଜ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational