STORYMIRROR

BISWESWAR MAJHI

Abstract

3  

BISWESWAR MAJHI

Abstract

ଧୃତରାଷ୍ଟ୍ର

ଧୃତରାଷ୍ଟ୍ର

1 min
11.7K

ପୁତ୍ରମୋହ ଅନ୍ୟ ନାମ ତୁମେ ଧୃତରାଷ୍ଟ୍ର

ଚକ୍ଷୁହୀନ ଭାଗ୍ୟହୀନ ନାମେ ନୀତିଭ୍ରଷ୍ଟ

ଚନ୍ଦ୍ରବଂଶୀ ପରଂପରା ମହାତ୍ୟାଗୀ ଭୀଷ୍ମ

ତୁମ ଚେତନାକୁ କଲେ ନାହିଁ କଦା ଉଷ୍ମ


ମହା ପତିବ୍ରତା ପତ୍ନୀ ଗାନ୍ଧାରୀ ପ୍ରେରଣା 

ପାଶେ ଥାଇ ହେଲ ତୁମେ କାହିଁ ବାଟବଣା

ଧର୍ମାତ୍ମା ବିଦୁର ଭ୍ରାତା ପରାମର୍ଶ ଦାତା

ସବୁ ନୀତି ବାଣୀ ତୁମ ପାଇଁ ହେଲା ପିତା


ଘାରିଥିଲା ଯହିଁ ପୁତ୍ରମୋହ ମହାବ୍ୟାଧି

ଶକୁନି ମନ୍ତ୍ରଣା ତୁମ ରୋଗକୁ ଔଷଧି

ରାଜ ସିଂହାସନ ନୁହେଁ ସାମଗ୍ରୀ ଭୋଗର

ମୁକୁଟ ଜାବୁଡି ଧରିବାକୁ ତତପର


ନ୍ୟାୟର ନିକିତି ଯାହା ହସ୍ତେ ବିଦ୍ୟମାନ

ଆପଣା ସ୍ୱାର୍ଥରେ ଯଦି କରିବ ପାଳନ

ଶତପୁତ୍ର ହାରି ତୁମେ କରିବ ରୋଦନ

ଧୃତରାଷ୍ଟ୍ର ନାମ ନୁହେଁ ଚିତ୍ରକଳ୍ପ ଜ୍ଞାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract