STORYMIRROR

PRABINA KU, KHADANGA

Tragedy

2  

PRABINA KU, KHADANGA

Tragedy

ଧର୍ଷିତା

ଧର୍ଷିତା

1 min
259

ଦେଖିନେ ଦେଖିନେ

ମୋ ରୂପ ସୌନ୍ଦର୍ଯ୍ୟ

ଅଧମ ଲାଳସା ପିପାସୁ ମଣିଷ

ଖୋଲିଦେ ଖୋଲିଦେ 

ମୋ ଦେହରୁ ବସ୍ତ୍ର

ଦେଖି ଶୋଷ ମେଣ୍ଟାଇ ଦେ ମୋ ନଗ୍ନ ଚିତ୍ର

ଚାଖିନେ ଚାଖିନେ 

ମୋ କଅଁଳିଆ ମାଂସ

ରୂପ ନେ ତୁ ନରଭକ୍ଷୀ ରାକ୍ଷସ

ଶୋଷିନେ ଶୋଷିନେ

ମୋ ଧମନୀରୁ ରକ୍ତ

ସମାଜ ଦେଖୁ କେତେ ତୁ ବିଷାକ୍ତ

କହିଦେ କହିଦେ 

ସଭିଙ୍କୁ ବୁଲି ବୁଲି ଆଜି

ଧର୍ଷିତା ପତିତା ଯାଇଛି ମୁଁ ସାଜି

ବାଣ୍ଟିଦେ ବାଣ୍ଟିଦେ

ମୋ ପୁଳା ପୁଳା ମାଂସ

ଧର୍ଷଣ ନଗରେ ଉଲଗ୍ନ ଶୋଷ

ନେଇଯା ନେଇଯା 

ଯାହା ଇଚ୍ଛା ମନଭରି ମୋ ଠାରୁ

ମୋ ପରେ ଧର୍ଷିତା କେ ନହେଉ ଏଠାରୁ

ମାରିଦେ ମାରିଦେ

ତୋର ଶୋଷ ମେଣ୍ଟିଗଲେ

ଗଳା ମୋ କାଟିଦେ କାନ୍ଦଣା ଶୁଭିଲେ

ଜାଳିଦେ ଜାଳିଦେ

ମୋ ଶେଷ ଅପବିତ୍ର ଶବ

ନିରାଶ୍ରୟ ନିଃବସ୍ତ୍ର କଳଙ୍କିତ ରୂପ

ପୋଛିଦେ ପୋଛିଦେ

ମନରୁ ତୋହର କଳଙ୍କ ଚିହ୍ନ

ତୁ ନିଜକୁ ଚିହ୍ନି ନେ ହିଂସ୍ର ପଶୁଠାରୁ ହୀନ

ଭାବିନେ ଭାଵିନେ 

ଶେଷ ଧର୍ଷିତା ମୁଁ ସଂସାରେ

ମୋ ପରେ ନହେଉ କେହି ଧର୍ଷିତା କଳୁଷ ସମାଜ ଭିତରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy