ଧର୍ଷିତା
ଧର୍ଷିତା
ଦେଖିନେ ଦେଖିନେ
ମୋ ରୂପ ସୌନ୍ଦର୍ଯ୍ୟ
ଅଧମ ଲାଳସା ପିପାସୁ ମଣିଷ
ଖୋଲିଦେ ଖୋଲିଦେ
ମୋ ଦେହରୁ ବସ୍ତ୍ର
ଦେଖି ଶୋଷ ମେଣ୍ଟାଇ ଦେ ମୋ ନଗ୍ନ ଚିତ୍ର
ଚାଖିନେ ଚାଖିନେ
ମୋ କଅଁଳିଆ ମାଂସ
ରୂପ ନେ ତୁ ନରଭକ୍ଷୀ ରାକ୍ଷସ
ଶୋଷିନେ ଶୋଷିନେ
ମୋ ଧମନୀରୁ ରକ୍ତ
ସମାଜ ଦେଖୁ କେତେ ତୁ ବିଷାକ୍ତ
କହିଦେ କହିଦେ
ସଭିଙ୍କୁ ବୁଲି ବୁଲି ଆଜି
ଧର୍ଷିତା ପତିତା ଯାଇଛି ମୁଁ ସାଜି
ବାଣ୍ଟିଦେ ବାଣ୍ଟିଦେ
ମୋ ପୁଳା ପୁଳା ମାଂସ
ଧର୍ଷଣ ନଗରେ ଉଲଗ୍ନ ଶୋଷ
ନେଇଯା ନେଇଯା
ଯାହା ଇଚ୍ଛା ମନଭରି ମୋ ଠାରୁ
ମୋ ପରେ ଧର୍ଷିତା କେ ନହେଉ ଏଠାରୁ
ମାରିଦେ ମାରିଦେ
ତୋର ଶୋଷ ମେଣ୍ଟିଗଲେ
ଗଳା ମୋ କାଟିଦେ କାନ୍ଦଣା ଶୁଭିଲେ
ଜାଳିଦେ ଜାଳିଦେ
ମୋ ଶେଷ ଅପବିତ୍ର ଶବ
ନିରାଶ୍ରୟ ନିଃବସ୍ତ୍ର କଳଙ୍କିତ ରୂପ
ପୋଛିଦେ ପୋଛିଦେ
ମନରୁ ତୋହର କଳଙ୍କ ଚିହ୍ନ
ତୁ ନିଜକୁ ଚିହ୍ନି ନେ ହିଂସ୍ର ପଶୁଠାରୁ ହୀନ
ଭାବିନେ ଭାଵିନେ
ଶେଷ ଧର୍ଷିତା ମୁଁ ସଂସାରେ
ମୋ ପରେ ନହେଉ କେହି ଧର୍ଷିତା କଳୁଷ ସମାଜ ଭିତରେ
