STORYMIRROR

Santanu Bisoi

Classics

2  

Santanu Bisoi

Classics

"ଧର୍ଷିତା, ଏକ ଶବ।"

"ଧର୍ଷିତା, ଏକ ଶବ।"

1 min
170

କୁକୁର ଅଇଲା ମଢାକୁ ଖାଇଲା, ଗିର୍ଧିନି ଥିଲାତା ପଛେ,

ଏପାଖୁ ଭିଡ଼େ ଏ' ସେପାଖୁ ଭିଡ଼େ ସେ 

ବାଣ୍ଟି ଖାଆନ୍ତି ଉଲ୍ଲସେ


ବିଲୁଆ,ଗାଧିଆ ଯେତେକ ମାଂସାସି ସଭିଙ୍କୁ ମିଳେ ମଉକା,

ଥଣ୍ଟ ମାରେ କିଏ, ମୁହଁ ମାରେ କିଏ ମାରନ୍ତି ଛକା ଚଉକା


ପାଚିଲା ପଣସ ପଛରୁ ଦେଖିକି ନ୍ୟାୟ ବାଣ୍ଟିବାଟା ଥୟ,

ଭଲ୍ଲୁକ ସାଜିଛି ନ୍ୟାୟର ପୂଜାରୀ ଦେବାକୁ ଶବକୁ ନ୍ୟାୟ


ସେରକ ପୁରିଲା ମାଣକ ପୂରିଲା ଉଡ଼ିଲା ପିଡିତା ହସା,

ଧର୍ଷିତା ମହିଳା ପ୍ରାଣ ବାୟୁ ଯାଏ ନମିଳେ ଆଇନି ଦିଶା


ତୃତୀୟ ମହଲା ଚାରି ଥ ସ୍ତମ୍ଭ ସ୍ୱାନ ଶୃଗାଳ ପରାୟେ

ଖବରକୁ ଚାପି ବୁଲେଇ ବାଂକେଇ ମିଛ ଖବରଟି ଦିଏ


ପାଚିଲା ପଣସ ପ୍ରଶାସନ ଦେଖି କରେ ପାତର ଅନ୍ତର,

ବିଟପୁରୁଷକୁ ସୁରକ୍ଷା ବଳୟେ ରଖି ଥାଏ ନିରନ୍ତର


ନାରୀ ଜାତିଟାର ମାଆନ ସମ୍ମାନ ଦୁଃସଶନ ପାଖେ ବନ୍ଧା,

ଧର୍ଷଣ କାରୀକୁ ସହସ୍ରାକ୍ଷ କହି ଚାଲିଛି କିରଟି ପିନ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics