STORYMIRROR

Dr.Omm Prasad Pradhan

Abstract

3  

Dr.Omm Prasad Pradhan

Abstract

ଧରଣୀ ମୋ ମାଆ ?

ଧରଣୀ ମୋ ମାଆ ?

1 min
11.8K

ଧରଣୀ ମୋ ମାଆ 

ସମସ୍ତେ କୁହନ୍ତି 

କିନ୍ତୁ ମାନନ୍ତି କେତେଜଣ ?

କେବଳ ଭାଷଣ ରେ 

କେଇ ଧାଡି କବିତା ରେ

ତାର ସୌନ୍ଦର୍ଯ୍ୟ ବୃଦ୍ଧି ପାଏ 


ଆଜି ତା' ମାଟିରେ ବିଷ ର ବୃଷ୍ଟି 

ନଦୀ ରେ ବିଷ ର ବନ୍ୟା 

ଆକାଶ ରେ ଜହର 

ଆଉ ଜଙ୍ଗଲ ରେ .....

ଗଛ ମାନଙ୍କର ନିର୍ଜୀବ ଶରୀର 


ଏହା କଣ ଆମ ମା' ପ୍ରତି ଆମ କର୍ତ୍ତବ୍ୟ

ତାର ସୌନ୍ଦର୍ଯ୍ୟ ହାନି କରି 

ତାକୁ ପଙ୍ଗୁ କରିଦେଇ 

ନିଜକୁ ପରିପୂର୍ଣ କରିବା 


ନିଜକୁ ସ୍ୱୟଂସମ୍ପୁର୍ଣ  କରି  

ଆଉ କାହାର ସର୍ବସ୍ୱ ଲୁଟିନେବା 

ନିଜର ଉନ୍ନତି ପାଇଁ

ଆଉ କାହାର ଘର ଉଯାଡି ଦେବା 


ମାଆ କେବେ ଅଭିଯୋଗ କରେନି

କିନ୍ତୁ ତା'ର ବି ସୀମା ଅଛି 

ଭୁଲିବା ଉଚିତ ନୁହେଁ 

ନହେଲେ ସେ ବି ରାଗିପାରେ

ସୁନାମି ,ଭୂକମ୍ପ,ଦୁର୍ଭିକ୍ଷ ର ଭୟାବହତା ରେ ,

 ନିଜର ଆକ୍ରୋଶ ଦେଖାଇ ପାରେ ....

ସାବଧାନ୍ ..... ମାଆ ବି ରାଗିପାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract