ଧରଣୀ ମାଟି ମା କାନ୍ଧୁଛି କୋହ ଭରି
ଧରଣୀ ମାଟି ମା କାନ୍ଧୁଛି କୋହ ଭରି
ଜନନୀ ଜନମ ମାଟି
ପୃଥିବୀ ମମତାମୟୀ ମାଆ
ତାହରି ଭୂମି ପୃଷ୍ଠେ ଜନମି
ପାଇଲୁ ଆମ ଜୀବନ ରାହା
ପଞ୍ଚତତ୍ତ୍ୱରେ ଗଢା ଆମେ
ଆମ ଗଠନ ପାଞ୍ଚତତ୍ତ୍ୱର ଦାନ
ଧରଣୀ ମାଆ ସ୍ନେହ ପାଇ
ହେଲା ଆମ ଜୀବନ ଧନ୍ୟ
ଆଜି ଆମେ ଧରଣୀ ମାଆକୁ
ଅନେକ କରୁ ଅବମାନ
ତାହାରି ଖାଇ ପିଇ
କରୁ ତାକୁ କେତେ ଅପମାନ
ତାହର ପ୍ରାକୃତିକ ସୌନ୍ଦର୍ଯ୍ୟ
କରୁଛୁ ଆମେ ଛାରଖାର
ଲଗାଇନୁ କେବେ ଗଛଟିଏ
ହାଣି ଦେଉ ହଜାର ହଜାର
ଦୂଷିତ କରୁଛୁ ଝରଣା ଜଳ
ପୁଣି ସ୍ରୋତ ନଦୀ ନାଳ
କାଟି କୁଟି ସଫା କରୁଛୁ
ଧରଣୀ ସୁନ୍ଦର ଜଙ୍ଗଲ
ରାସ୍ତ ଘାଟ ସବୁ ଅଳିଆ
ଫିଙ୍ଗି କରୁ ହୀନ କାର୍ଯ୍ୟ
କେବେ ହେଲେ ବୁଝିନୁ ଆମେ
ଧରଣୀର ମହାନ ଉଦ୍ଦେଶ୍ୟ
ପର୍ବତ ଶିଖରେ ତୀର୍ଥ
ପୁଣି ଯେ ମନ୍ଦିର ମଲଶୋଭା
ଭ୍ରମଣ କରି ଦର୍ଶନ କରି
ଅପରିଷ୍କାର କରି କରୁ ଅରୂପା
ଯେଉଁ ପଞ୍ଚତତ୍ତ୍ୱ ଦେଇ
ଜୀବନ ବଞ୍ଚାଇଛି ଧରଣୀ
ତାହାର ଦୁର୍ଦ୍ଦଶା କରୁ ଆମେ
ଦେଖି କାନ୍ଦେ ଧରଣୀ ରାଣୀ
ଜଗତର ଶ୍ରେଷ୍ଠ ଜୀବ ମଣିଷ
ମିଛରେ ଆମେ ମଣିଷ ବୋଲାଇ
କେମିତି ହେଲୁ ମଣିଷ ଶ୍ରେଷ୍ଟ
ବିବେକ ଟିକେ କରିବକି ଭାଇ
ଯଦି ଆମେ ଶ୍ରେଷ୍ଠ ଜୀବ ହେବା
ଧରଣୀ ସୁନ୍ଦର ସଜେଇ ରଖିବା
ତାହାଲେ ଯାଇ ଆମେ ଜଗତେ
ମଣିଷ ଶ୍ରେଷ୍ଠ ଜୀବ ବୋଲାଇବା
ଅସ ଆମେ ଶପଥ ନେବା
ଧରଣୀ ସୌନ୍ଦର୍ଯ୍ୟ ବଞ୍ଚେଇବା