STORYMIRROR

ରୀକ୍ଷିରାମ ମେହେର

Inspirational

3  

ରୀକ୍ଷିରାମ ମେହେର

Inspirational

ଧରଣୀ ମାଟି ମା କାନ୍ଧୁଛି କୋହ ଭରି

ଧରଣୀ ମାଟି ମା କାନ୍ଧୁଛି କୋହ ଭରି

1 min
253

ଜନନୀ ଜନମ ମାଟି 

       ପୃଥିବୀ ମମତାମୟୀ ମାଆ

ତାହରି ଭୂମି ପୃଷ୍ଠେ ଜନମି

     ପାଇଲୁ ଆମ ଜୀବନ ରାହା


ପଞ୍ଚତତ୍ତ୍ୱରେ ଗଢା ଆମେ

    ଆମ ଗଠନ ପାଞ୍ଚତତ୍ତ୍ୱର ଦାନ

ଧରଣୀ ମାଆ ସ୍ନେହ ପାଇ

      ହେଲା ଆମ ଜୀବନ ଧନ୍ୟ


ଆଜି ଆମେ ଧରଣୀ ମାଆକୁ 

ଅନେକ କରୁ ଅବମାନ

ତାହାରି ଖାଇ ପିଇ 

     କରୁ ତାକୁ କେତେ ଅପମାନ


ତାହର ପ୍ରାକୃତିକ ସୌନ୍ଦର୍ଯ୍ୟ 

       କରୁଛୁ ଆମେ ଛାରଖାର

ଲଗାଇନୁ କେବେ ଗଛଟିଏ

     ହାଣି ଦେଉ ହଜାର ହଜାର


ଦୂଷିତ କରୁଛୁ ଝରଣା ଜଳ 

         ପୁଣି ସ୍ରୋତ ନଦୀ ନାଳ

କାଟି କୁଟି ସଫା କରୁଛୁ

        ଧରଣୀ ସୁନ୍ଦର ଜଙ୍ଗଲ


ରାସ୍ତ ଘାଟ ସବୁ ଅଳିଆ

       ଫିଙ୍ଗି କରୁ ହୀନ କାର୍ଯ୍ୟ

କେବେ ହେଲେ ବୁଝିନୁ ଆମେ

     ଧରଣୀର ମହାନ ଉଦ୍ଦେଶ୍ୟ


ପର୍ବତ ଶିଖରେ ତୀର୍ଥ

     ପୁଣି ଯେ ମନ୍ଦିର ମଲଶୋଭା

ଭ୍ରମଣ କରି ଦର୍ଶନ କରି

    ଅପରିଷ୍କାର କରି କରୁ ଅରୂପା


ଯେଉଁ ପଞ୍ଚତତ୍ତ୍ୱ ଦେଇ 

       ଜୀବନ ବଞ୍ଚାଇଛି ଧରଣୀ

ତାହାର ଦୁର୍ଦ୍ଦଶା କରୁ ଆମେ

     ଦେଖି କାନ୍ଦେ ଧରଣୀ ରାଣୀ


ଜଗତର ଶ୍ରେଷ୍ଠ ଜୀବ ମଣିଷ 

   ମିଛରେ ଆମେ ମଣିଷ ବୋଲାଇ

କେମିତି ହେଲୁ ମଣିଷ ଶ୍ରେଷ୍ଟ 

    ବିବେକ ଟିକେ କରିବକି ଭାଇ


ଯଦି ଆମେ ଶ୍ରେଷ୍ଠ ଜୀବ ହେବା

    ଧରଣୀ ସୁନ୍ଦର ସଜେଇ ରଖିବା

ତାହାଲେ ଯାଇ ଆମେ ଜଗତେ

   ମଣିଷ ଶ୍ରେଷ୍ଠ ଜୀବ ବୋଲାଇବା


ଅସ ଆମେ ଶପଥ ନେବା

     ଧରଣୀ ସୌନ୍ଦର୍ଯ୍ୟ ବଞ୍ଚେଇବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational