ଧରମର ଗ୍ଲାନି
ଧରମର ଗ୍ଲାନି
ଧରମ ର ଗ୍ଲାନି ଯେତେବେଳେ ହୁଏ
ବିପନ୍ନ ହୁଏ ସମାଜ
ସେତେବେଳେ ପ୍ରଭୁ ସଦଗୁରୁ ଭାବେ
ସାଜନ୍ତି ରକ୍ଷା କବଚ।
ଆସୁରିକ ଶକ୍ତି ଆପେ କ୍ଷୟ ହୁଏ
ଧର୍ମର ହୁଏ ପ୍ରତିଷ୍ଠା
ଅସୁଖି ମଣିଷ ସନ୍ତୁଷ୍ଟ ଲଭଇ
ବୁଦ୍ଧି ରେ ଆସଇ ନିଷ୍ଠା।
ବଞ୍ଚିବା ବଢିବା ନିୟମରେ ଯେବେ
ଆସିଥାଏ କେଳଙ୍କରି
ଅବତରି ପ୍ରଭୁ ଉଦ୍ଧାରି ନିଅନ୍ତି
ଯୁଗ ଯୁଗ କୁ ପ୍ରସାରି।
ତାଙ୍କ ପାଖେ ନାହିଁ ପକ୍ଷପାତ ନୀତି
ସ୍ବାର୍ଥ ହାନି ଲାଭ ଗୁଣ
ସମାଜ କଲ୍ୟାଣ ଶାନ୍ତିର ସ୍ପ୍ରୁରଣ
କେତେ କେତେ ଦିବ୍ୟ ଗୁଣ।
କହି ପାର ତାଙ୍କୁ ସଦଗୁରୁ ବୋଲି
ଦେବଦୂତ ଯେଉଁ ନାମ
ସେହି ପ୍ରଭୁ ପାଖେ ସମାଜର ହିତେ
କରିବା ଯେ ନିବେଦନ।
