STORYMIRROR

Sambit Srikumar

Classics Inspirational Children

3  

Sambit Srikumar

Classics Inspirational Children

ଧର୍ମପଦ

ଧର୍ମପଦ

1 min
210


ଶିଳ୍ପୀକୁଳର ଶିର ରଖିବାକୁ ହସି ହସି ଦେଇ ପ୍ରାଣବଳି

ପାଲଟି ଯାଇଛ ତୁମ୍ଭେ ଉତ୍କଳୀୟ ଜାତିର ଶିରୋମଣୀ

ବାଳୁତ କାଳରେ ତୁମ ଚପଳ ମତିରେ ଆସିଲା କିପରି

ଆତ୍ମୋତ୍ସର୍ଗର କଳ୍ପନା ନା ହୋଇଥିଲା କିଛି ଦୈବୀବାଣୀ??

ନିଃସନ୍ଦେହରେ ନିର୍ବିବାଦୀୟ ଇତିହାସ ପୃଷ୍ଠାରେ ଅମର

ହେବାର ଆଶାରେ ନୁହେଁ ତୁମ୍ଭର ଏଇ ଆତ୍ମ ବଳିଦାନ

ସ୍ଵଳ୍ପାୟୁ ହୋଇ ବି ତୁମ ଦାନ ଅଟଇ ଅଦ୍ୱିତୀୟ ମହାନ

ରଚି ଯାଇଅଛ ତୁମ୍ଭେ ଅନନ୍ୟ ଚିର ସ୍ମରଣୀୟ କୀର୍ତ୍ତିମାନ!!

ଚାହିଁଥିଲେ ତ ଲୁଟି ପାରିଥାନ୍ତ ସମସ୍ତ ଶ୍ରେୟ ଆପଣା ନାମରେ

ଜାତି ଭାଇମାନଙ୍କୁ ବଳି ପକାଇ ଅବା ତାହାଙ୍କ ମୁକ୍ତି ଲାଗି

ପାରିଥାନ୍ତ କରି ଅଲିଖିତ ଚୁକ୍ତି ପତ୍ର ସମ୍ରାଟଙ୍କ ସାଥୀରେ

ଭୋଗ କରି ପାରିଥାନ୍ତ ଅଖଣ୍ଡ ରାଜକୀୟ ମର୍ଯ୍ୟାଦା ଅଚିରେ!!

ଲାଭଜନକ ସୁବିଧା ସୁଯୋଗ ସୁଖ ସ୍ବାଛନ୍ଦ୍ୟରେ ଜୀବନ ଜିଇଁବାର

ସମସ୍ତ ପ୍ରଲୋଭନକୁ ପାଦରେ ଏଡାଇ ଦେଇ ବୈରାଗ୍ୟ ଭାବରେ

ସମଗ୍ର ମାନବ ଜାତିର ବିହିତ କଲ୍ୟାଣ ନିମନ୍ତେ ଆପଣାର ପ୍ରାଣ

କରିଗଲ ଉତ୍ସର୍ଗ ଅକାତର ନିର୍ବିକାର ନିର୍ଭୟୀ ଉଦାତ୍ତ ଚିତ୍ତରେ!!

ଆମେ ଯେତେ ସବୁ ତୁମ୍ଭର ଉତ୍ତର ଦାୟାଦ ଆଧୁନିକ ପୀଢ଼ିର ମଣିଷ

କିଆଁ ଆଜି ଏତେ ଆତ୍ମ କୈନ୍ଦ୍ରିକ ନ୍ଯସ୍ତ ସ୍ୱାର୍ଥନିଷ୍ଠ ଛନ୍ଦ କପଟ ଆବିଷ୍ଟ

ସର୍ବଗ୍ରାସୀ ଅହମିକାରେ ଆମର ସରଗର ଇନ୍ଦ୍ରପଦ ମଧ୍ୟ କବଳିତ

ଅସରନ୍ତି ଆଦିମ ତୃଷ୍ଣାରେ ଆତଙ୍କିତ ସଂନ୍ତାପିତ ବିକ୍ଷୁବ୍ଧ ଜୀବଜଗତ!!

ଅଦମ୍ୟ ଭୋଗର ଲାଳସାରେ ବିସ୍ମୃତ ତ୍ଯାଗ ଧର୍ମର ମହତ୍ବ

ବିଲୁପ୍ତ ଆମର ଐଶ୍ବରିକ ପ୍ରବୃତ୍ତି ମାନବିକ ମୂଲ୍ୟବୋଧ

ଅହରହ ଅସିଲିପ୍ତ ମସିଲିପ୍ତ ବହୁଦା ଗୋଷ୍ଠୀରେ ବିଭକ୍ତ

ଅସ୍ତିତ୍ବ ଅସ୍ମିତା ସ୍ୱାଭିମାନର କଳ୍ପବଟ ଉତ୍ପାଟିତ ଭୁଲୁଣ୍ଠିତ!!

ଗୃହଯୁଦ୍ଧର ଦାରୁଣ ଉଦ୍ଘୋଷଣାରେ ଜଳୁ ଅଛି ଦୁର୍ବାର ପିପାସାର

ସର୍ବଗ୍ରାସୀ ଲେଲିହାନ ଶିଖା ଦୂରରୁ ଦୂରନ୍ତ ଦିଗବଳୟରୁ ଦିଗନ୍ତ

ଆମର ଉଦ୍ଧାମ ଅହଙ୍କାର ସ୍ବେଚ୍ଛାଚାର ତହିଁରେ ଢାଳୁଅଛି ଘୃତ

ଅବିନାଶୀ ନିର୍ବିରୋଧୀ ସେଇ ଶିଖା ଦିଶୁ ନାହିଁ ତାର ଅନ୍ତ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics