STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଧର୍ମ_ଶରଣଂ_ଗଚ୍ଛାମିଂ... -------

ଧର୍ମ_ଶରଣଂ_ଗଚ୍ଛାମିଂ... -------

1 min
155


ଚିନ୍ତା ଅଚିନ୍ତା ଦୁଶ୍ଚିନ୍ତାରୁ ମୁକ୍ତି କାହିଁ

ଜୀବନର ମାନେ ତ ସଂଘର୍ଷ, ଆହ୍ୱାନ ଓ ଗତି

ଯନ୍ତ୍ରଣାରେ ବେଦନାରେ ଯାତନାରେ

ଅଭାବ ଚେତନାର ତେଣୁ ଧୂଆଁ ଧୂଆଁ ଦିଶେ ରାସ୍ତା

ଗ୍ରହଣୀୟତାର ମରୁଭୂମିରେ ମୋହ ମରିଚୀକା

ବାସ୍ତବତା ଓ ସତ୍ଯତା ର ବିନା ସନ୍ଧାନରେ

ଅସମ୍ଭବ ଅସମ୍ଭବ ଏ ଅନ୍ତରର କ୍ଲେଶ ନାଶ, 


ଉଦ୍ଦେଶ୍ଯ ଓ ଉଦ୍ୟମ ମଧ୍ଯରେ ବିରାଟ ପାର୍ଥକ୍ଯ

ଚିନ୍ତନର ବିଷୟ ଚୟନରେ ହୋଇଯାଏ ଭୁଲ୍

ଅବିରତ ହରିନାମ ଶ୍ରୀକୃଷ୍ଣ ଓ ରାମନାମ ନିଅ

ଆସ ଯିବା ଧର୍ମ ପଛେପଛେ ଏକାଏକା

ଧ୍ୟାନ ଏକାଗ୍ରତାରେ ସମ୍ଭବ ପ୍ରକୃତି ଓ ଈଶ୍ବର

ଶରଣ ନେବା ଧର୍ମର ଶାସ୍ତ୍ରର ସୂର୍ଯ୍ୟଚନ୍ଦ୍ରଙ୍କର

ଆଲୋକର ପରିପକ୍ୱତାରେ ବଞ୍ଚିବା

ହସିବା ସତ ହସ ମନରେ ଓ ଓଠେ ମଧ୍ଯ, 


ସବୁ ପଥ ଗଲେ ସରି ଧର୍ମ ଥାଏ ବାକି

ସତ୍ଯ ଶିବ ସୁନ୍ଦର ସେ ତାଙ୍କ ପାଖେ ଯିବା

ଯିଏ ରକ୍ଷା କରେ ସେ ଧର୍ମ 

ନିଜକୁ ରକ୍ଷା କରିବାଟା ହିଁ ତ ଧର୍ମରକ୍ଷା

ଶାନ୍ତିର ସନ୍ଧାନେ ବିଷାଦର କୁହୁଡ଼ି ଆସେ

ଆସ ବିଷାଦ ଖୋଜି ଦୂରେଇବା ତାକୁ

ନିର୍ମାଣ କରିବା ଏକ ସ୍ପଷ୍ଟ ପଥ

ଜୀବନ ଚରିତ୍ର ର ଆଙ୍କିବା ଭକ୍ତିଚିତ୍ର

ଚିତ୍ତବିନୋଦନ ନୁହେଁ ଚିତ୍ତ ନିର୍ମଳର ମାଧ୍ଯମ ଖୋଜିବା

ଜୀବନର ତତ୍ତ୍ବ ବୁଝି ଜାଣିବା

ମାୟାର ମିଛର ଶିକୁଳି କି ଚିହ୍ନି

ପ୍ରକୃତିର କୋଳେ ନିଜକୁ ଦେବା ସମର୍ପିତ କରି। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract