STORYMIRROR

Dipti lekha Mishra

Inspirational

3  

Dipti lekha Mishra

Inspirational

ଧର୍ମ ମାସ କାର୍ତ୍ତିକ

ଧର୍ମ ମାସ କାର୍ତ୍ତିକ

1 min
222

ଜାଣିଛ ସଭିଏଁ ମାଆ ମାଉସୀ

ବରଷକେ ପଡେ ବାରମାସ

ମାସ ମଧ୍ଯରେ ଅଟଇ ଶ୍ରେଷ୍ଠ

ସେ ତ ଏଇ କାର୍ତ୍ତିକ ମାସ ॥


ଅଁଳା ନବମୀ ସରୁ ସରୁ ଜାଣ

ପଡଇ ଯେସନ ଦିନ ଜାଣ

ପୁର୍ଣ୍ଣିମା ଯାଏଁ ସେ ଦିନଗୂଡିକୁ

ଅତି ଦୁର୍ଲ୍ଲଭ ଯେ ମଣ ॥


ପଞ୍ଚକ ନାମରେ ଖ୍ୟାତ ଏଇ ଦିନ

ସାତ୍ତ୍ବିକ ଆହାର ହେବ ଯେ ସାର

ବକ ପଞ୍ଚକ କୁହ ଅବା ଭୀଷ୍ମ ପଞ୍ଚକ

ମଣିଷ ମାନୁଥାଏ ଦିନରାତି ଏ ପ୍ରକାର ॥


ମାସସାରା ଯିଏ ହବିଷ ନ କରିଥାଏ

ଏଇ ପାଞ୍ଚଦିନ ପୂଜା କରି ପାଏ ପୁଣ୍ୟ

ଯେମିତି କରମ ସେମିତି ଧରମ

କଲେ ହେବା ଜାଣ ସର୍ବେ ଧନ୍ୟ ॥


କାର୍ତ୍ତିକ ମାସର ବହି ପାଠ କରି

ଶୁଣଇ ଯେ ନରନାରୀ ହେଜ

ଅଳପ ଦିନରେ ସୁଧୁରିଣଯିବା

ବଦଳିବ ନିଶ୍ଚେ ଏ ସମାଜ ।



Rate this content
Log in

Similar oriya poem from Inspirational