STORYMIRROR

Balaram Barik

Abstract

3  

Balaram Barik

Abstract

ଧର୍ମ ବନାମ ମାନବିକତା

ଧର୍ମ ବନାମ ମାନବିକତା

1 min
171

କାହାକୁ କେଉଁ ଡର ଘାରିଛି କେଜାଣି 

ହିନ୍ଦୁ ଡରୁଛି ,ଏଇଆ କହି 

ମୁସଲିମ୍ କ୍ରୁରତାର ସୀମା ଟପିଛି

ଭୟ ଲାଗୁଛି 

କାଳେ ପୁଣି ବର୍ବରତାରେ ଭରା ଇସ୍ଲାମ 

ଶାସନ ଏ ଦେଶେ ଆସିଯିବ


ମୁସଲମାନ ଡରିବା ସ୍ୱାଭାବିକ 

କାରଣ ତାକୁ ବାମ,ସୀକୁଲାର ଓ 

ଉଗ୍ର ଇସ୍ଲାମିକ ସଙ୍ଗଠନ ଶିଖାଇ ଦେଇଛି 

ବି:ଜେ:ପି ହିନ୍ଦୁ ହିତୈଷୀ

ଏବେ ହିନ୍ଦୁଙ୍କର ପରା ଶାସନ ଚାଲିଛି


ଭ୍ରମରେ କିଏ ରହୁଛି

ବାମ ,ଦକ୍ଷିଣ, ଉତ୍ତର ସବୁ 

ରାଜନୈତିକ ଦଳର

ଅଲଗା ଅଲଗା ନିଉଜ୍ ଚାନେଲ

ନିଆଁରେ ଘିଅ ସଭିଏଁ ଟିକେ ଟିକେ

ମିଶିକରି ଢାଳୁଛନ୍ତି


କିଏ ଜିତୁଛି କିଏ ହାରୁଛି

ମୋତେ ତ ଲାଗୁଛି ଦେଶ ହାରୁଛି

ଆଜି ଗାନ୍ଧୀ ଓ ଜିନ୍ନାକୁ ଦୋଷ ଦେଇ 

କଣ ଅବା ଲାଭ ଅଛି

ସମ୍ବିଧାନ ହିସାବରେ ତ ଚାଲିବାର ଅଛି


ପଥର ,ଭୁଜାଲି ,ପେଟ୍ରୋଲ ବମ୍ 

ଏ ସବୁର ଆଘାତ ମଣିଷ ପଣିଆ ଖାଉଛି

ତଥାପି ରକ୍ତର ରଙ୍ଗ କଣ

ଜାଣିବାକୁ 

ଧର୍ମର ରଙ୍ଗରେ ରଙ୍ଗୀନ ହେବାକୁ ପଡୁଛି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract