STORYMIRROR

Sarojini Jena

Inspirational

3  

Sarojini Jena

Inspirational

ଧରିତ୍ରୀ ମା

ଧରିତ୍ରୀ ମା

1 min
149


ତୃତୀୟ ନୟନ ଯେବେ ମା'ର ଖୋଲିବ

        ତାଣ୍ଡବଲୀଳା ଯେ ତାର ଦୁନିଆଁ ଦେଖିବ 

ସହିସହି ନିର୍ଯ୍ୟାତନା ହେଲାଣି ଅଧୈର୍ଯ୍ୟ

        ମୁଖ ତା ମଳିନ ଦିଶେ ନାହିଁ ପରିଚର୍ଯ୍ୟl ll


ସଂସାରେ ଘୋର ଅନ୍ୟାୟ କାଳିମା ଘୋଟିଛି

        ସାରା ଦୁନିଆଁ ଆଜି ବଦଳି ଯାଇଛି 

କଂସ ରୂପୀ ମଣିଷଟା ଦାନଵ ସାଜିଛି

        ପ୍ରକୃତିରାଣୀକୁ ସେ ବଦ୍ଧ କରିଅଛି ll


ନିଜର କୁଠାର ନିଜ ପାଦରେ ମାରୁଛି

        ଦୁନିଆଁ ର ବିପଦକୁ ପାଖକୁ ଡାକୁଛି 

ସୃଷ୍ଟି ଧ୍ୱଂସ କରି ସେତ କରେ ନାରଖାର

       ଚେତୁ ନାହିଁ ଭୋଗି କଷ୍ଟ ପୁଣି ବାରମ୍ବାର ll


ହାତ ଗଢା ସଂସାରକୁ କରୁଛି ଯେ ନଷ୍ଟ

        ମନେ ଟିକେ ତାର ତିଳେ ନାହିଁ କଷ୍ଟ 

ହୃତ ପରମ୍ପରା ସେ ଭୁଲି ତ ଯାଇଛି

        ବିଦେଶୀ ସଭ୍ୟତାକୁ ସେ ଆପଣେଇଛି ll


ଯେତେ ବିଜ୍ଞାନୀ ହେଲେ ସେ କାହିଁ କିସ ହେବ

     ଆଗକୁ ଦୁଇପାଦ ଯାଇ ପୁଣି ସେ ପଛକୁ ଫେରିବ 

ନିଜ କଲା କର୍ମ ଫଳ ନିଜେ ସେ ଭୁଞ୍ଜିବ

       ନିଜ ଭାଗ୍ୟ ପୁଣି ନିଜ ହାତରେ ଲେଖିବ ll


ବେଳ ଥାଉ ଥାଉ ହୋଇଯାଉ ସାବଧାନ

       ଆତ୍ମା ସାଥେ ପରମାତ୍ମାର ଯେପରି ମିଳନ 

ପ୍ରକୃତିରାଣୀକୁ ଦେଉ ସବୁଜେ ହସେଇ

        ନିଜେ ହସି ଦୁନିଆଁକୁ ଦେଏ ତୁ ହସାଇ ll


ଏ ସୃଷ୍ଟି ରକ୍ଷା କଲେ ମଣିଷ ସମାଜ

      ପିଢ଼ି ପରେ ପିଢ଼ି ହେବ ଏ କଥା ମନେ ହେଜ 

ଖେଳ କୌତୁକ ମଜ୍ଜା ପୁଣି ଲାଗିଥିବ

       ସୁନ୍ଦର ଧରାତ ପୁଣି ନିତି ହସୁଥିବ ll


ତେବେ ଯାଇ ମା'ର ମମତା ମିଳିବ

       ତା ପଣତକାନିରେ ସେ ଧୂଳି ଝାଡୁଥିବ 

ସନ୍ତାନର ଦୁଃଖରେ ସେ ଲୁହ ଢାଳୁଥିବ

       ସନ୍ତାନକୁ କୋଳେ ଧରି ଉଶ୍ୱାସ ଲଭିବ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational