ଧରି କାଉଡି ଯିବା ବାହାରି
ଧରି କାଉଡି ଯିବା ବାହାରି
ଧରି କାଉଡି ଯିବା ବାହାରି
ଆଜି ପରା ରବିବାର
କାଲି ସକାଳୁ ଢାଳିବା ଜଳ
ଆଶୁତୋଷଙ୍କ ଉପର ।
ଆସରେ ଆସ କାଉଡି ଭାଇ
ନକର ଆଉ ଡେରି
ଶ୍ରାବଣ ମାସ ଆସିଛି ଏବେ
ସବୁଠି ପଡେ ହୁରି ।
ଶିବଙ୍କ ନାମକୁ ଗାଇ
ଚାଲରେ କାଉଡି ଭାଇ
ଶ୍ରାବଣ ମାସର ସୋମବାର ଇଏ
ଶିବ ହେବେ ଜଳଶାୟୀ ।
ବଂ ବଂ ଏକାକ୍ଷର
ନାମ ପ୍ରିୟ ଶିବଙ୍କର
ବଂ ବଂ ଭୋଲେ ନାମ ଗାଇ ଧର
କାନ୍ଧରେ କାଉଡି ଭାର ।
ସଦାଶିବ ଆଶୁତୋଷ
ବ୍ୟାଘ୍ରାଜିନ ଦିଗବାସ
କପିଳାସବାସୀ ଧୂର୍ଜଟି ଈଶାନ
ପଞ୍ଚାନନ ହର ଈଶ ।
ଲିଙ୍ଗରାଜ ଲଡୁକେଶ
ମହାଦେବ ଯେ ମହେଶ
ଅଖଣ୍ଡଳମଣି ବିଶ୍ୱନାଥ ଶମ୍ଭୁ
ଧବଳେଶ୍ବର ଗିରୀଶ ।
ମହେଶ୍ୱର ଉମାପତି
ବୃଷଧ୍ୱଜ କାଳମୂର୍ତ୍ତି
ରୁଦ୍ର ପଶୁପତି ସ୍ଥାଣୁ ନୀଳକଣ୍ଠ
ନୀଳଗ୍ରୀବ ନୀଳମୂର୍ତ୍ତି ।
କାଳକଣ୍ଠ କାଳ ମୃତ୍ୟୁ
କାଳ ବିନାଶନ ହେତୁ
କାଳାଗ୍ନି ତ୍ର୍ୟମ୍ବକ ଜଟାଜୂଟ ଶିବ
ସୃଷ୍ଟି ସ୍ଥିତି ଲୟ ହେତୁ ।
ତ୍ରିଲୋକ ମଙ୍ଗଳକାରୀ
ତ୍ରିଲୋଚନ ତ୍ରିପୁରାରି
ତ୍ରିଶୂଳ ଡମ୍ବରୁ କରନ୍ତି ଧାରଣ
ବାମଦେବ ଶଶୀଧାରୀ ।
ଅନନ୍ତ ଅବ୍ୟୟ ଶାନ୍ତ
ଗଙ୍ଗାଧର ଭୀତିହସ୍ତ
ଅକ୍ଷମାଳାଧାରୀ ଶଙ୍କର ଭୂତେଶ
ଜରାମରଣ ବର୍ଜିତ ।
ଜଳରେ ହୁଅନ୍ତି ତୋଷ
ଶ୍ରାବଣ ମାସେ ବିଶେଷ
ପ୍ରଭାତ କାଳରେ ଜଳଶାୟୀ କଲେ
ମିଳିିବ ଶିବ ଆଶିଷ ।
