Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lipi Sahoo

Abstract

4.3  

Lipi Sahoo

Abstract

ଧରାବତରଣ

ଧରାବତରଣ

1 min
330


ଅବ୍ୟକ୍ତ ଚିନ୍ମୟ ଅବୟାବ ବିଶିଷ୍ଟା

ସୂକ୍ଷ୍ମାତିସୂକ୍ଷ୍ମ ଦିବ୍ୟଶକ୍ତିରେ ପରିପୂର୍ଣ୍ଣା

କରୁଛନ୍ତି ଜଗଜ୍ଜନନୀ ଧରାବତରଣ

ବିହ୍ୱଳ କରି ମହାପଞ୍ଚଭୂତ ।


ଶାରଦୀୟ ପବନେ ଦୋଳାୟିତ ହୁଏ କାଶତଣ୍ଡୀ 

ଅପୂର୍ବ ଧବଳ ଶୀତଳ ରୂପକୁ ନେଇ

ତାଙ୍କରି ଆଗମନି ବାର୍ତ୍ତା ଦେଇ

ଆର୍ତ୍ତ ତୃଷିତ ପରାଣେ ଅମୃତ ଦିଏ ଭରି ।


ଉଛୁଳି ପଡୁଛି ଅଣୁପରମାଣୁ

ମହିମାମୟୀଙ୍କ ଦରଶନ ପାଉ ପାଉ

ଅଚିନ୍ତ୍ୟର ସ୍ଥୂଳ ପରିପ୍ରକାଶକୁ ଦେଖି

ଲାଳାୟିତ ସଭିଏଁ ଟିକିଏ ପରଶ ପାଇବା ପାଇଁ ।


ଘଣ୍ଟଘଣ୍ଟା ଶଦ୍ଦେ ମେଦୀନି କମ୍ପଇ

ନାଚେ ତାଳେ ତାଳେ ଦେହ ମନ ପ୍ରାଣ ଆଜି

ଝୁଣା କର୍ପୁର ଅଗୁର ବାସ୍ନା ଚହଟେଇ

ପ୍ରକୃତିମୟୀ ଆସିଛନ୍ତି ମାତୃମୟୀ ରୂପ ନେଇ ।


କେବେ ମହାମାୟା କେବେ ଯୋଗମାୟା

ପ୍ରାକୃତ ଅପ୍ରାକୃତ ସବୁ ତାଙ୍କ ଲୀଳାଖେଳା

ତତ୍ତ୍ଵମୟୀ ସେ , କେବେ ପୁଣି ପ୍ରେମମୟୀ

ନିହାତି ଦୁର୍ବୋଧ୍ୟା ପୁଣି ଅତ୍ୟନ୍ତ ସହଜ ସରଳା ।



Rate this content
Log in

Similar oriya poem from Abstract