STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଧରା ନାଚେରେ

ଧରା ନାଚେରେ

1 min
312

ଧରା ନାଚେରେ

କେତେ ଖୁସିରେ

 ମାଆ ଆସୁଛନ୍ତି ବୋଲିରେ।


ନଈ ପଠା ଧାରେ ଶୁଭ୍ର କାଶତଣ୍ଡୀ

 ମଥାକୁ ହଲେଇ ନାଚୁଚି

ନୀଳ ଆକାଶରେ ଫୁଲେଇ ଜହ୍ନଟା

 ଯୋଛନା ବିଛେଇ ଦେଇଛି

ପ୍ରତି ପ୍ରାଣେ ଆଜି ଆନନ୍ଦ ଖେଳୁଛି

 ମାଆଙ୍କର ଆଗମନିରେ।

ମାଆ ଆସୁଛନ୍ତି


ଅସତ୍ୟ ଉପରେ ସତ୍ୟର ବିଜୟ

 ଅଧର୍ମରେ ଧର୍ମ ସ୍ଥାପନ

କରୁଣାମୟୀର କରୁଣା ଝରିବ

 ମାଆଙ୍କର ଶୁଭାଗମନ

କଳୁଷ କାଳିମା ନିର୍ବାପିତ ହେବ

 ହରଷତା ପ୍ରତି ଅନ୍ତରେ।

 ମାଆ ଆସୁଛନ୍ତି ବୋଲିରେ

 ମାଆ ଆସୁଛନ୍ତି ବୋଲିରେ।



Rate this content
Log in

Similar oriya poem from Inspirational