STORYMIRROR

Dr Jharana Satapathy

Tragedy

3  

Dr Jharana Satapathy

Tragedy

ଧୋକା

ଧୋକା

1 min
14.9K


ଧୋକା ବୋଲି ମନେ ଭାବିବିନି ଯମା

ମୁଁ ପରା ତୋର ଅଟଇ ମାଆ

ପର କରିଦେଲା ଆଜି ପୁଅଟି ମୋର

ବୁଝିଲାନି ଆଉ ତାର ମାର ମୂଲ

ଯୋଉଠିବି ରହୁ ସିଏ ଭଲରେ ଥାଉ

ମୋ ପୁଅ ହୋଇ ସର୍ବଦା ରହୁ

ନିଜ ମା କୋଳରୁ ସେ ଜନମ ହୋଇ

ଦୟା ଟିକେ ତାର ରହିଲା ନାହିଁ

ଛାଡିଦେଇ ମତେ ଲୁଚିଗଲା କାହିଁ ପାଈଁ

ବାୟାଣି ହେଲିଣିି ପଛରେ ଧାଇଁ ଧାଇଁ

ଦଶମାସ ତାକୁ ମୋର ଗର୍ଭରେ ଧରିଛି

କେତେ ଯେ କଷ୍ଟ ମୁଁ ପଛେ ପାଇଛି

ଷ୍ଟେସନରେ ଆଜି ମତେ ବସାଇ ଦେଇ

କୁଆଡେ ଚାଲିଗଲୁ ମୋ ଧନ ତୁହି

ତୋର ଦରଦ ଟିକେ ରହିଲା ନାହିଁ

ତୋ ପ୍ରତି ବିଶ୍ଵାସ ରହିଲା କାହିଁ

ଦୀପାବଳୀ ଛୁଟିରେ ଆସିଥିଲୁ ତୁହି

ମାଆକୁ ସାଥିରେ ଟିକେ ନେବା ପାଇଁ

ମିଛ କହି ମତେ ମିଥ୍ୟା ପତିଶ୍ରୁତି ଦେଲୁ

ମୋ ପୁଅ ହୋଇ ମତେ ଛାଡିଣ ଗଲୁ

ଏଠି ବସି ତତେ ଅନାଇଛି ମୁହିଁ

କେତେବେଳେ ମୋ ଧନ ଫେରିବୁ ତୁହି

ଆସିପାରେ ଧନ ତୋ ମା ଚାହିଁଛି

ଷ୍ଟେସନରେ କେତେବେଳୁ ଜଗି ଵସିଛି

ଡକ୍ଟର ଝରଣା ଶତପଥୀ

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy