Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Abstract Inspirational

3.4  

Prabhas Mohapatra

Abstract Inspirational

ଧୋକା

ଧୋକା

1 min
295



ଭାବୁଛ କି ଭାଇ ଖୁସି ଟିକେ ହୋଇ

ପୋଲିସି ଠୁ ଗଲେ ଖସି ।

ମନେ ମନେ ଭାବ ବଡ କାମ କଲ

ଧୂଳି ଦେଇ ଗଲ ଖସି ।।

ଖସି ଗଲ ସିନା ବାର ବାର ତୁମେ

ଧୂଳି ଦେଇ ହାକିମକୁ ।

ବୁଲିଲ ବାହାରେ ଆନନ୍ଦ ମନରେ

ଧରିଣ ନିଜ ଗାଡ଼ିକୁ ।।

ବଞ୍ଚିଗଲ ସିନା ପୁଲିସି ଠୁ ଭାଇ

ପ୍ରତିଦିନ ଭାଇ ତୁମେ ।

କରୋନା ହାବୁଡୁ କେମିତି ବଞ୍ଚିବ

ଏମିତି ହୋଇଲେ ତୁମେ ।।

ପୋଲିସ ଜେତକ ରକ୍ଷା ଯେ କବଚ

ଶତ୍ରୁ କୁ ରହିଛି ଚାହିଁ ।

ଶୋଉଛ ଆନନ୍ଦେ ଦିନ ରାତି ତୁମେ

ରହିଛି ସଦା ସେ ଚାହିଁ ।।

ଭାବୁଛ ଯେ ତୁମେ ଠକିଲ ତାହା ଙ୍କୁ

ଠକିଲ ନିଜକୁ ତୁମେ ।

କବଚ ଶରୀରୁ ଥରେ ବାହାରିଲେ

ମୃତ୍ୟୁ ହୁଏ ଜାଣ ତୁମେ ।।

ଯଦି ବଞ୍ଚିବାର ଅଛି ମାନ ଯେ ନୀତିକି

ଶତ୍ରୁ କୁ ମାରିବା ପାଇଁ ।

ନିଜେ ବି ବଞ୍ଚିବ କରୋନା ମରିବ

ଦୁନିଆ ହସିବ ଭାଇ ।।


Rate this content
Log in

Similar oriya poem from Abstract