STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଧନ୍ୟହେଲି

ଧନ୍ୟହେଲି

1 min
130

କେଉଁ ଜନମରେ କେତେ ପୁଣ୍ୟ ଲଭି

ପାଇଛି ମଣିଷ ଜନମ

ଜିଇଁଥିବା ଯାଏ ମାଟି ମାଆ ପାଇଁ

ଉତ୍ସର୍ଗ କଲି ମୋ ଜୀବନ


ଧନ୍ୟ ମୁହିଁ ଆଜି ଭାରତମାଆର

କୋଳରେ ଜନମ ଲଭିଛି

ଶାନ୍ତି, ମୈତ୍ରୀ ଆଉ ସୁଖର ବାରତା

ଯିଏ ବିଶ୍ୱକୁ ଶିଖାଉଛି


ଅନେକରେ ଏକ ଭାବନାକୁ ନେଇ

ମୋ ଭାରତ ଆଜି ପ୍ରସିଦ୍ଧ

କେତେ ଧର୍ମ କେତେ ଜାତି ଯେ ଅଛନ୍ତି

ଭାରତ ନ କରେ ବିରୋଧ


ସୁସ୍ଥ ମନ ଆଉ ସୁସ୍ଥ ଜୀବନ ଯେ

ଭାରତ ମାଆର ପରିଚୟ

ଯୋଗ ପ୍ରାଣାୟାମ ଶିଖାଇଛି ବିଶ୍ୱକୁ

ପାଇଛି ଜଗତେ ବିଜୟ


ଜଗତ ସୁଖରେ ଭାରତର ସୁଖ

ଜଣାଇ ଏ ସାରା ଜଗତ

ସେଥିପାଇଁ ସିନା ଏ ମହୀ ମଣ୍ଡଳେ

ଅହିଂସାର ନାମେ ବିଦିତ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract