STORYMIRROR

Ajay kumar Behera

Inspirational

3  

Ajay kumar Behera

Inspirational

"ଧନ୍ୟ ତୁମେ ପ୍ରଭୁ"

"ଧନ୍ୟ ତୁମେ ପ୍ରଭୁ"

1 min
22


ଗଗନେ ହସୁଛି

    ଟିକି ଟିକି ଯେତେ ତାରା

ପବନେ ବାସୁଛି

     ଫୁଲର ମହକ ପରା।୧।

ଆନନ୍ଦେ ଶୋଇଛି

     ମାଆ କୋଳେ କୁନି ଛୁଆ

ସୁନ୍ଦର ଲାଗୁଛି

      ଡାକ ତାର କୁଆଁ କୁଆଁ।୨।

କେଡେ କି ସୁନ୍ଦର

      ଗଢିଅଛ ପ୍ରଭୁ ଧରା

ତୁମ ପାଇଁ ସିନା

       ହୁଏ ପୁଣି ବର୍ଷା ଖରା।୩।

ସବୁ ତ ସୁନ୍ଦର

     ତୁମରି ଦୟାରୁ ପରା

ଜୀବଜନ୍ତୁ ସବୁ

      ବୁଝନ୍ତି ତୁମ ଇଶାରା।୪।

କାହା ଭାଗ୍ୟେ ସତେ

      ଲେଖିଅଛ କେତେ ସୁଖ

କେ ଝରାଏ ଲୁହ

       ଏଠି ତ ଜୀବନ ଯାକ।୫।

ଧନ୍ୟ ତୁମେ ପ୍ରଭୁ

      ଅଗତିର ଅଟ ଗତି

ତୁମ ବିନା ପୁଣି

      ମିଳେ ନାହିଁ ଯେ ମୁକତି।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational