ଧନ୍ୟ ତୁମ ସୃଷ୍ଟିର ଆଗାମୀ ବିଚାର
ଧନ୍ୟ ତୁମ ସୃଷ୍ଟିର ଆଗାମୀ ବିଚାର
ଜୀବନର ଛକା ପଞ୍ଝା ଖେଳରେ
ଦହଗଞ୍ଜ ଜୀବନର
ଉଠାପକା ସଂସାର
ଆଭିଯ୍ୟାତର ବୁନିଆଦରେ
ନିଷ୍ପେସିତ ମଣିଷ
ଭଦ୍ରାମୀର କଳାପରଦାରେ
ବଡ ଲୋକ ହେବା ଅପେକ୍ଷା
ବରଂ
ଭଲ ତୁମେ
କୁକୁର ଜନ୍ମ ପାଇବା ।
ନିଜର ଦୋଷକୁ
ଲୁଚାଇବାକୁ ଯାଇ
ଅର୍ଥ ଆଉ ଗୁଣ୍ଡା ଦାଦାଗିରି ବଳରେ
ଅନ୍ୟକୁ ଦୋଷୀ ସାବ୍ୟସ୍ତ କରିବା
ଏକ କଳଙ୍କିତ ପାପ ପୂର୍ଣ୍ଣ ଜୀବନ
ଯେମିତି କି
ବିଷ୍ଠା ମଧ୍ଯେ ଦଶି ପୋକ ସଦୃଶ୍ୟ ।
ତୁମ ବୁଝ ନାହିଁ
ବଡ ଲୋକି ର ଆଦର୍ଶ
ଜାଲିଆତି ମିଥ୍ୟା ଅଭ୍ୟାସରେ
ବେଶ୍ୟାର ସୁରମ୍ୟ କୋଠାରେ
ଟୁଣ ଟାଣ ମଦ ବୋତଲ
ଆଉ କାଚ ଗ୍ଲାସର ଶବ୍ଦରେ
ଦ୍ୱିଧା ନାହିଁ ତୁମ
ସତୀ ନାରୀକୁ ବାରଙ୍ଗନା କହିବାରେ ।
ପ୍ରେମ କ'ଣ
କାହିଁକି ତା ସୃଷ୍ଟି
ସଂଜ୍ଞା କ'ଣ ଜାଣିଛ କି
ଏହାର ଅର୍ଥ ନ ଜାଣି
ଦୈହିକ ସମ୍ପର୍କର ବିକଟ ଚିତ୍କାର
ଭଉଣୀକୁ ବେଶ୍ୟା କହିବାରେ
ପଛାଅ ନା ତୁମେ
ମିଥ୍ୟା ଆରୋପ ପ୍ରତ୍ୟାରୋପଣ
ପ୍ରମାଣହୀନ ଭୟ ଆତୁରତାରେ
ନିଜର ବ୍ୟକ୍ତିତ୍ଵ ହରାଇ
ନିଜକୁ ଲୁଚାଇ
ତୁମ ପତ୍ନୀ ସାଜେ ବାରଙ୍ଗନା
ହାକିମ ପାଖରେ ।
ପ୍ରେମର ଅମୀୟ ଅମୃତ
ବୁଝିବାକୁ ବେଳ ନାହିଁ ତୁମ
ତୁମ ଆକାଶ ଓ ପୃଥିବୀ ଅନ୍ଧାର
ବେଶ୍ୟାକୁ ନିଜର କରି
ନିଜକୁ ସଚ୍ଚୋଟ କହିବା
ଅଭ୍ୟାସ ତୁମର ।
କି ବିଚିତ୍ର ସଂସାର
ଅତ୍ୟାଧୁନିକ ର ଦ୍ୱାହି ଦେଇ
ନିମ୍ନମୁଖି ସଂସ୍କୃତି ସଂସ୍କାର
ହଜି ହଜି ଯାଏ ସ୍ନେହ ଓ ସମ୍ପର୍କର
ଅହେତୁକ ପ୍ରେମ
ଧନ୍ୟ ହେ ଈଶ୍ୱର
ଧନ୍ୟ ତୁମ ସୃଷ୍ଟିର ଆଗାମୀ ବିଚାର ।