STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଧନ୍ୟ ପ୍ରଭୁ ଜଗନ୍ନାଥ

ଧନ୍ୟ ପ୍ରଭୁ ଜଗନ୍ନାଥ

1 min
455

ଦୀର୍ଘ ବର୍ଷ ପରେ ଜନହୀତେ କାର୍ଯ୍ୟ

ଆବିର୍ଭାବ ଦେଶ ମଧ୍ୟେ,

କାଳିଆ ନଜର ପଡ଼ିଲା କି ଏଠି

ଅନୁଭବ ରାଷ୍ଟ୍ର ମଧ୍ୟେ ।


ନୀରୋଗୀ ହେବାର ମନ୍ତ୍ର ହିଁ ସେ ଦେଲେ

ଆତ୍ମନିର୍ଭରଟି ରାଷ୍ଟ୍ର,

ଜନହୀତେ କାର୍ଯ୍ୟ ହେଉଛି ଏଠାରେ

ଗୌରବ ପାଉଛି ରାଷ୍ଟ୍ର ।


ଖାଦ୍ୟର ନିଅଁଟ ନହୁଏଟି ଏଠି

ଭ୍ରଷ୍ଟାଚାର ଆଉ ନାହିଁ,

ଡିଜିଟେଲ୍ ହୁଏ ଗାନ୍ଧୀଙ୍କ ଏ ଦେଶ

ଆତ୍ମବିଶ୍ବାସ ଟି ଯହିଁ ।


ଏକତ୍ରିତ ମନ୍ତ୍ର ଗୁଞ୍ଜନ କରୁଛି

ବିଶ୍ବ ଗୁରୁ ହେବା ପାଇଁ,

ରାଷ୍ଟ୍ରର ସୁରକ୍ଷା ସୁରକ୍ଷିତ ଏବେ

ଶତ୍ରୁ ଭୟଭୀତ ତହିଁ ।


ରାଷ୍ଟ୍ରର ସମ୍ମାନ ସମ୍ପୂର୍ଣ୍ଣ ବିଶ୍ବରେ

ଭାରତ ଭାରତ ରାବ୍ ,

ବିଶ୍ବ ବିକ୍ଷ୍ୟାତ ରାମଙ୍କ ମନ୍ଦିର

ଶୁଭେ ନିର୍ମାଣର ରାବ୍ ।


ଦୀର୍ଘ ବର୍ଷ ପରେ ରାଷ୍ଟ୍ର ଅଭିଳାଷ

ପୂର୍ଣ୍ଣ ପ୍ରଭୁ ଦୟା ବଳେ,

ସେହୁ କୃଷ୍ଣ ରାମ ଜଗନ୍ନାଥ ସେହୁ

ଗୁଞ୍ଜେ ପ୍ରଭୁ ମାୟା ବଳେ ।


ଜାତିଭେଦ ନାହିଁ ନୂଆ ଭାରତରେ

ସମସ୍ତେ ଏବେ ସମାନ,

ନିସ୍ବାର୍ଥରେ ହୁଏ କାର୍ଯ୍ୟ ଅପ୍ରମିତ

ସମସ୍ତଙ୍କ ପାଇଁ ସମାନ ।


ଗାନ୍ଧୀଙ୍କ ସପନ ସାକାର ଟି ହେଲା

ରାମରାଜ୍ୟ ପରି ଦେଶେ,

ଏକହିଁ କାନୂନ ଏକହିଁ ବିଧାନ

ଗୁଞ୍ଜୁ ଅଛି ଆଜି ଦେଶେ ।


ସତ୍ୟ ପଥଗାମୀ ଧର୍ମ ପଥଗାମୀ

ହୋଇ ଅଛି ଏବେ ରାଷ୍ଟ୍ର,

ଜଗନ୍ନାଥ ଭକ୍ତି ଗୁଞ୍ଜୁଛି ମନରେ

ଧର୍ମ ପରାୟଣ ଦେଶ ।


ଦୀର୍ଘ ବର୍ଷ ପରେ ଜନହୀତେ କାର୍ଯ୍ୟ

ଆବିର୍ଭାବ ଦେଶ ମଧ୍ୟେ,

କାଳିଆ ନଜର ପଡ଼ିଲା କି ଏଠି

ଅନୁଭବ ରାଷ୍ଟ୍ର ମଧ୍ୟେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational