STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଧନ୍ୟ ମୋ ଓଡିଶା

ଧନ୍ୟ ମୋ ଓଡିଶା

1 min
13.4K



   ଧନ୍ୟ ଏହି ମୋ ପ୍ରିୟ ଓଡିଶା 

       ରାଇଜ ମୁକୁଟ ମଣି,

  ମାଟି ଛୁଇଁଲେ ସୁନା ଫଳଇ

       ରହିଛି ଅମୂଲ୍ୟ ମଣି।

ଥିଲା କେତେ ତ ପ୍ରଶଂସା ଗାଥା

    ଉଦାହରଣ ବି ଅଛି,

ମାତୃଭୂମି ମାତୃଜାତି ପାଇଁ ବୀର

     କେତେ ସହୀଦ ହୋଇଛି।

ପାଇକ ବୀର ସାହସୀ ପୁଣି

      ଯୋଦ୍ଧା ପୁଅ ଓଡ଼ିଶାର,

ଜଗତନାଥ ଶ୍ରୀଜଗନ୍ନାଥ

       ଆରାଧ୍ୟ ସବୁ ପ୍ରାଣର।

ସେକାଳ କୀରତୀ ହୋଇଛି ଅତୀତ

   ଭାବି ମନ ଭାରାକ୍ରାନ୍ତ,

ଆରାଧ୍ୟ ଠାକୁର ରହେ ଉପବାସ

  ପ୍ରହସନ ଦିନ ଆଜିର।

ବିନା ପହୁଡ଼ରେ କାଷ୍ଠା ଉପବାସେ

     ରହିଲା ଜଗତନାଥ,

ଅକ୍ଷୟ ତୃତୀୟା ଶୁଭ ଅନୁକୂଳ

    କି ହୋଇବ ତା'ର ରଥ।

ଓଡ଼ିଆ ପୁଅ ତ ଓଡିଆକୁ ଛାଡି

  ବିଦେଶେ ଚାକିରି କରେ,

ପରର ଅଧୀନେ କେତେ ଟଙ୍କା ଆଣି

    ବାବୁ ବୋଲାଏ ଗର୍ବରେ।

ଏଣେ କ୍ଷେତ ବାଡି ପଡିଆ ପଡୁଛି

   ସେ ପାଇଁ ନଜର ନାହିଁ,

ଅକ୍ଷିମୁଠି ଧାନ ବୁଣିବାକୁ ଏଠି

    ଆଉ ସମୟ କାହିଁ ହୋ ଭାଇ;

ଟୋକେଇ,ପାଛିଆ କୋଡି ଆଉ ଖତ

   ଅକ୍ଷିମୁଠି,କ୍ଷେତ କାନ୍ଦନ୍ତି,

କାମଧେନୁ ମୋର ଓଡ଼ିଶାରେ ଆଜି

    ଦୁଖେଃ ଜଗନ୍ନାଥ ରହନ୍ତି।

ପୁରାଣ ପୃଷ୍ଠାରେ ରହିଲାଣି ସବୁ

      ବାର ଓଷା ତେର ପରବ,

ଐତିହ୍ୟ, ସଂସ୍କୃତି ଲୋପ ପାଇଯାଏ

    ଆଉ ଭାବିଲେ କି ହେବ ।



       ଶିକ୍ଷୟିତ୍ରୀ

       ପ୍ରଣତି ମହାପାତ୍ର                       

 ବାଲେଶ୍ୱର

      


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational