Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Others Children

4.5  

Chittaranjan Nanda

Inspirational Others Children

ଧନ୍ୟ ମୋ ଜୀବନ ଜନମି ଭାରତେ

ଧନ୍ୟ ମୋ ଜୀବନ ଜନମି ଭାରତେ

1 min
352



ମାଟିରେ ମୋର ସୁନା ଫଳି ଥାଏ,

ତା ନାମ ତ ଭାରତ

ବହୁ ମୁନି ଋଷିଙ୍କର ତପସ୍ଥଳି ବୋଲି 

ବିଶ୍ୱସାରା ବିଦିତ।୧।


ମୁକୁଟ ତାହାର ହିମାଳୟ ଗିରି,

ଚରଣ ତାର ଧୁଏ ସାଗର

ଗଙ୍ଗା ଗୋଦାବରୀ ମହାନଦୀ ବ୍ରାହ୍ମଣୀ 

ତାର ହୃଦର ହାର ।୨।


କେତେ କେତେ ଗିରି, ପର୍ବତ ଘେରା, ଓ 

ଘଞ୍ଚ ବନାନୀ ରାଜି 

ପ୍ରକୃତିର ସୌନ୍ଦର୍ଯ୍ୟଭରା ଅଂଚଳରେ ଥାନ୍ତି 

ଜନପଦ ରାଜି ।୩।


ମାଟିରେ ମୋ ମାଆର ମହମହ ବାସ୍ନା 

ନିର୍ଝରୀଣି ଝରଣାର

ମନ ମଧ୍ୟରେ ଆଣେ ଶିହରଣ କଳକଳ 

ଘରଘର ନାଦ ତାର ।୪।


ପାହାଡ ବୃନ୍ଦର ପ୍ରତିଧ୍ବନି ଓ ତାର ହୃଦୟ

ଛୁଆଁ ମୂର୍ଚ୍ଛାନାରେ

ସଙ୍ଗୀତର ସେ ସାତସୁର ମନ ମଧ୍ୟରେ 

ଆନନ୍ଦର ସୁଅ ଭରେ ।୫।


ଭୋଜି ଭାତ କଦଳୀପତ୍ରରେ ଅବା ଶାଳ

ପତ୍ରରେ ବଢା ହୁଏ 

ସେ ଭୋଜି ସରଳ ମନରେ ଆନନ୍ଦ ଉଲ୍ଲାସ 

ନିର୍ମଳତା ଭରି ଦିଏ ।୬।

 

ବଣ ପାହାଡରେ ପତ୍ର, କାଠ, ଓ ଔଷଧ

 ଯୋଗାଡରେ

କେତେ ପରିବାର ଚଳି ଯାଆନ୍ତି ଆନନ୍ଦ 

ଉଲ୍ଲାସ ଭାବରେ ।୭।


କନ୍ଧମାଳ ଜିଲ୍ଲା ସେହି ଭିତରୁ ଗୋଟିଏ 

ଅଂଚଳ ଜାଣ

ହୁଏ ଦରନୀ ପେନୁ ଗିରିପେନୁ ବେଲା

ପେନୁ ଉତ୍ସବମାନ ।୮।


ଗିରି ଗୁମ୍ଫାର ବନ ଫୁଲକୁ ଗଭାରେ 

ଖୋସିବା ସଂସ୍କୃତି

ମନେ ହସ ଭରେ ଜନଜାତିର ସଙ୍ଗୀତ

ସମର୍ପଣ ପ୍ରକୃତି ।୯।


ପ୍ରକୃତିର ଆରଧନା ସଂସ୍କୃତିରେ ଜନଜାତି 

ସଂସାର ଚାଲଇ

ସଂସ୍କାର ସଂସ୍କୃତି ଐତିହ୍ୟ କିରତିର ମୋ 

ପବିତ୍ର ଭାରତ ଭୁଇଁ ।୧୦।


ଖଣିଜ ସମ୍ପଦେ ପୂର୍ଣ ସର୍ବ ଧର୍ମ ସମନ୍ୱୟ 

ସ୍ଥଳ ମୋର ଦେଶ

କେତେ ରୁଷି ବୁଦ୍ଧ ଜୈନଙ୍କ ତପସ୍ୟାରେ 

ବିଶ୍ୱ ପାଇଛି ସନ୍ଦେଶ ।୧୧।


ଚାରି ଦିଗେ ଚାରିଧାମ, ମୋ ଭାରତର 

ଜଗତେ ନାହିଁ ତୁଳନା

ଧନ୍ୟ ହୋଇଅଛି ଜୀବନ ମୋହରି ତା 

କୋଳେ ଜନମି ସିନା ।୧୨।



Rate this content
Log in

Similar oriya poem from Inspirational