ଧନ୍ୟ ଧନ୍ୟ ତୁମ୍ଭେ ବିପ୍ର ବିଦ୍ୟାପତି
ଧନ୍ୟ ଧନ୍ୟ ତୁମ୍ଭେ ବିପ୍ର ବିଦ୍ୟାପତି
ଧନ୍ୟ ଅଟ ଧନ୍ୟ ଅଟ ବିପ୍ର ବିଦ୍ୟାପତି l
ବିଷ୍ଣୁ ଭକ୍ତ ଅବନ୍ତୀର ଧନ୍ୟ ମହାମନ୍ତ୍ରୀ ll
ଅବନ୍ତୀ ନୃପତି, ମହାରାଜା ଇନ୍ଦ୍ରଦ୍ୟୁମ୍ନ l
ଆଦେଶ ପାଇ ଉତ୍କଳ କଲ ଆଗମନ ll
ପୁଣ୍ୟ ଭୂଇଁ ଏ ଉତ୍କଳେ ବିଷ୍ଣୁଙ୍କ ବସତି l
ଗିରି କନ୍ଦରରେ କାହିଁ ଶବରେ ପୁଜନ୍ତି ll
ମହାବିଷ୍ଣୁଙ୍କର ତୁମ୍ଭେ କରି ଯଥା ଠାବ l
ଖବର ପାଇବ ଯାଇ ନୃପତିଙ୍କୁ ଦେବ ll
ବହୁ ଶ୍ରମ କରି ଯାଇ ଶବର ପଲ୍ଲୀରେ l
ଦିନ ବିତାଇଲ ଯାଇ ବିଶ୍ୱାବସୁ ଘରେ ll
ଗୁପ୍ତ ବାସ କରିଛନ୍ତି ପ୍ରଭୁ ସେହିଠାରେ l
ଶବର ପୁଜଇ ତାଙ୍କୁ ଅତି ଭକ୍ତି ଭରେ ll
ପ୍ରଭୁଙ୍କ ସନ୍ଧାନ ଆଉ କିଏ ପୁଣି ଦେବ l
ଶବର ଲଳନା ସଙ୍ଗେ କଲ ପ୍ରିତିଭାବ ll
ନିରୀହା ଶବର ଝିଅ ନାମ ତା ଲଳିତା l
ଦର୍ଶାଇଲା ବିପ୍ର ବର ଅପୂର୍ବ ଦେବତା ll
ସନ୍ଦେଶକୁ ନେଇଗଲ ଅବନ୍ତୀକା ପୁଣି l
ହର୍ଷ ମହାରାଜ ଇନ୍ଦ୍ରଦ୍ୟୁମ୍ନ ତାହା ଶୁଣି ll
ଥାଟପାଟ ଧରି ରାଜା ଉତ୍କଳ ଅଇଲେ l
ନୀଳମଣି ବିଗ୍ରହଙ୍କୁ କାହିଁ ନପାଇଲେ ll
ପ୍ରଭୁ ନାହାଁନ୍ତି କି ବିଶ୍ଵାବସୁ ଆଉ
ନାହିଁ l
ନିରାଶ ବସିଲେ ଯହୁଁ ଅବନ୍ତୀର ସାଇଁ ll
ତହୁଁ ଅବନ୍ତୀପତିଙ୍କୁ ଶୂନ୍ୟବାଣୀ ହେଲା l
ଦାରୁରୂପେ ସମୁଦ୍ରରେ ଭାସୁଛି ମୁଁ ଭଲା ll
ମହାରଣା କାହୁଁ ଏକ ମିଳି ଗଲେ ଆସି l
ଅତି ବୃଦ୍ଧ ଧରି ହାତେ ନିହାଣ ବାରିସି ll
ମୂର୍ତ୍ତି ଗଢ଼ି ଦେଇଗଲେ ହସ୍ତପଦ ହୀନ l
ବିଶ୍ଵକର୍ମା କାହିଁଗଲେ ନମିଳେ ସନ୍ଧାନ ll
ବ୍ରହ୍ମାଙ୍କୁ ବରଣ କରି, ଆଣିଲେକ ରାଜା l
ଚତୁର୍ଦ୍ଧା ବିଗ୍ରହ ସ୍ଥାପି ଆରମ୍ଭିଲେ ପୂଜା ll
ଧନ୍ୟ ବିପ୍ରବିଦ୍ୟାପତି ରାଜା ଇନ୍ଦ୍ରଦ୍ୟୁମ୍ନ l
ଧନ୍ୟ ଲଳିତା ଗୁଣ୍ଡିଚା ତୁମ୍ଭ ପତ୍ନୀ ଗଣ ll
କାଳ କାଳ ତୁମ୍ଭ କୀର୍ତ୍ତି ରହିବ ଜଗତେ l
ଶ୍ରୀମନ୍ଦିର ଶିରିକ୍ଷେତ୍ର ବୈକୁଣ୍ଠ ମରତେ ll
ଧନ୍ୟ ତୁମ୍ଭର ଦାୟାଦେ ବିପ୍ର ବିଦ୍ୟାପତି l
ଦୈତାପତି, ପ୍ରଭୁଙ୍କର ସେବା କରୁଛନ୍ତି ll
ନମଃ ନମଃ ଜଗନ୍ନାଥ ନୀଳାଦ୍ରୀ ମଣ୍ଡନ l
ନୀଳଚକ୍ରେ ବାନା ଉଡ଼େ ପତିତପାବନ ll
ନିଦ୍ରାଯାଅ ଶ୍ରୀଗୀତଗୋବିନ୍ଦ ଗାୟନରେ l
ଜୟ ଜୟ ଜଗଦୀଶ, ଜୟ ଜୟ ହରେ ll