Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Inspirational

3  

ବୀରେନ୍ କୁମାର ବେହେରା

Inspirational

ଧନ୍ୟ ଧନ୍ୟ ହେ ଜବାନ୍

ଧନ୍ୟ ଧନ୍ୟ ହେ ଜବାନ୍

1 min
13.6K


ଦେଶର ଜାତିର ରକ୍ଷକ ତୁମେ,

ମହାନ୍ ତୁମର କର୍ମ ।

କି ଦିନ କି ରାତି ଉଜାଗର ତୁମେ,

ଏହା ହିଁ ତୁମର ଧର୍ମ ।।

ପାହାଡ,ଜଙ୍ଗଲ,ଗଗନ,ସାଗର,

ତୁମପାଇଁ କର୍ମଭୂମି ।

ପଛଘୁଞ୍ଚା ତୁମେ ଦେଇନାହଁ କେବେ,

ସତ କି ସିନ୍ଧୁର ଉର୍ମି ।।

ଭୋକ,ଶୋଷ ଆଉ ତନ୍ଦ୍ରାକୁ ଭୁଲି,

ସୀମାକୁ ଜଗିଛ ତୁମେ ।

ତୁମ ଦୟା ପାଇଁ ପରିବାର ସହ,

ସୁଖ ନିଦ୍ରା ଯାଉ ଆମେ ।।

ଦେଶର ସୀମାକୁ ତୁମେ ନ ଜଗିଲେ,

ପଶିବ ଆତଙ୍କବାଦ ।

ମୃତ୍ୟୁର ଦୁନ୍ଦୁଭି ସର୍ବତ୍ର ବାଜିବ,

ହଜିବ ସଭିଙ୍କ ନିଦ ।।

ପରିବାରଠାରୁ ଦୂରରେ ରହିକି ,

କରୁଛ ଦେଶର ସେବା ।

ଆଉ କେଉଁ ସେବା ତୁମ ସେବା ସହ,

ସମକକ୍ଷ ହେବ ଅବା ।।

ସଲାମ୍ ସଲାମ୍ ସହସ୍ର ସଲାମ୍,

ଆହେ ଭାରତୀୟ ବୀର ।

ମା ଭାରତୀର ଆଶୀର୍ବାଦ ନେଇ,

ଶତ୍ରୁର ସଂହାର କର ।।

ଅତୀତରେ ଥିଲା ଆଗକୁ ରହିବ,

ତୁମର ସେବା ମହାନ୍ ।

ତୁମ ପାଇଁ ଆଜି ଦେଶ ସୁରକ୍ଷିତ,

ଧନ୍ୟ ଧନ୍ୟ ହେ ଜବାନ୍ ।।


ବୀରେନ୍ କୁମାର ବେହେରା

ପୋଷାଇ, ମହାକାଳପଡା ,କେନ୍ଦ୍ରାପଡା

ପିନ୍-754224

ଯୋଗାଯୋଗ-7381199206

Email-beherabirenkumar65@gmail


Rate this content
Log in

Similar oriya poem from Inspirational