STORYMIRROR

Puspanjali Panda

Abstract

3  

Puspanjali Panda

Abstract

ଧନୁମୁଆଁ

ଧନୁମୁଆଁ

1 min
179

ପୁଅ ମନକଥା ମା ବୁଝିଥାଏ 

ଉଣ୍ଡାଳଇ ସଦା ପେଟ ।

ଠାକୁର ହେଲେବି ଦୁନିଆ ପାଇଁ କି

ଲଗାଇଛି ଦେଖ ନାଟ ।

ଧନୁ ସଂକ୍ରାନ୍ତି ରୁ ରାତି ନପାହୁଣୁ

ମୁଆଁ କରେ ମା ପରା ।

ପହିଲି ଭୋଗରେ ଉଖୁଡା ସାଙ୍ଗରେ

ଆରିସା କାକରା ବରା ।

ମଣ୍ଡା,ପୁଳି,ମାଠପୁଳୀ ଖୁଆଏ ସେ

ମାସକ ଯାକ ସକାଳୁ ।

ଅଭଡା ଡାଲି ତ ଅରୁଚି ଲାଗଇ

ସୁଆଦିଆ ଖାଇବାରୁ ।

ଲକ୍ଷ୍ମୀ ସାଆନ୍ତାଣୀ ବାପଘର ଗଲେ

ପୌଷମାସ ଆରମ୍ଭରୁ ।

ମା ଯଶୋଦା ଯେ ଅତି ଜତନରେ

ଖୁଆନ୍ତି ଚକୁଳି ସରୁ ।

ଧନୁମୁଆଁ ଖାଇ କାଳିଆ ହସଇ

ମା ପେଟ ପୁରିଯାଏ ।

ଦୁନିଆ ଭିତରେ ମା ଠାରୁ ବଳି

ଅଛି କି ବା ଆଉ କିଏ।


Rate this content
Log in

Similar oriya poem from Abstract