Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Jena

Inspirational

4  

Sarojini Jena

Inspirational

ଧନୁ ସଂକ୍ରାନ୍ତି

ଧନୁ ସଂକ୍ରାନ୍ତି

1 min
377


ସଜାଇ ଭୋଗ ଫୁଲ ବେଲ ପତର

ଚାଙ୍ଗୁଡା ଧରି ଯିବା ଶିବ ମନ୍ଦିର l


ମନତୋଷି ପୂଜା କରିଲେ ହର

ଆଶୁତୋଷ ଶାନ୍ତି ହୋଇ ଯାଚିବେ ବର l


ସକଳ କାମନା ହେବ ପୂରଣ ଆମର

ହସି ଉଠିବ ସବୁ ସୁଖ ସଂସାର l


ଖଇ,ନଡ଼ିଆ,ଗୁଡରେ ମୁଆଁ କରିବା

ସଜାଇ ଯତନେ ଚାଙ୍ଗୁଡ଼ିରେ ରଖିବା l


ଶିବ ଶିବ ମହା କୈଳାସ ପତି

କେତେ ନିଷ୍ଠା ବଳେ ତାଙ୍କୁ ପାଇଲେ ସତୀ l


ସଂକ୍ରାନ୍ତି ମାସର ଆରମ୍ଭ ଦିନ

ଲୟ ଲଗାଇ ଗାଇବା ଶିବଙ୍କ ଗାନ l


ମାସର ଆରମ୍ଭେ ପୂଜା କରିବା

ହର ପାଦତଳେ ଧ୍ୟାନ ରଖିବା l


ଜୀବନ ଏଠି ପରା ଜଂଜାଳମୟ

ଶିବ ଦୟା କଲେ ହେବ ଭାଗ୍ୟ ଉଦୟ l


ଜଗତ କଲ୍ୟାଣ ନୀଳକଣ୍ଠ ବୋଲାଇ

ସୃଷ୍ଟିର ଵିଧ୍ଵଂସକାରୀ ମହାକାଳ ବୋଲାଇ l


ମହା ଗ୍ରହଶାନ୍ତି ଶଙ୍କର କରନ୍ତି

ସକଳ ବିପଦୁ ଉଦ୍ଧାର କରନ୍ତି l


ଧନୁ ସଂକ୍ରାନ୍ତିରେ ପୂଜି ମୁଆଁ ବିଧିରେ

ଆଶୀର୍ବାଦ ମାଗି ବିଭୁ ପାଦରେ l


ତେଣୁ ତାଙ୍କ ପଦେ ଲୟ ଲଗାଇ

ଭକ୍ତିରେ ମଥାକୁ ଦେବା ନୁଆଁଇ ।


Rate this content
Log in

Similar oriya poem from Inspirational