ଧନରେ
ଧନରେ
ଧନରେ
ମନେ ରଖିଥିବୁ ସଦାରେ
ନିଜ ସ୍ୱାର୍ଥ ପାଇଁ
ପରକୁ କେବେହେଁ
ଦୁଃଖ ଦେବୁ ନାହିଁ ବାବୁରେ
ଧନରେ
ମନେ ରଖିଥିବୁ ସଦାରେ
ଭୋକିଲାକୁ ମୁଠେ ଭାତ ଦେବୁ ବାବୁ
ଗରିବକୁ ଖଣ୍ଡେ କନାରେ
ଧନରେ
ମନେ ରଖିଥିବୁ ସଦାରେ
ଆସିଅଛୁ ଏକା ଏ ଧରା ଧାମକୁ
ଏକା ହୋଇ ପୁଣି ଯିବୁରେ
ଧନରେ
ମନେ ରଖିଥିବୁ ସଦାରେ
ମିଠା କଥା କହି ସଭିଙ୍କୁ ଆଦରି
ପ୍ରେମ ଫୁଲ ତୁ ବାଣ୍ଟିବୁରେ
