STORYMIRROR

Niranjan Sahu

Inspirational

2  

Niranjan Sahu

Inspirational

ଧନୀ ଗରିବ ସମାନ

ଧନୀ ଗରିବ ସମାନ

1 min
13.5K


ମୁଁ ଧନୀ ଲୋକ .ସେ ଗରିବ ଲୋକ

ଆଜି ଅନ୍ତର ପାନ୍ତର ଚାଲିଛି.

ସେଥି ପାଇଁ ବୋଧେ ଏଇ ଦୂନୀଆରେ

ଅରାଜଗତା ଲାଗି ରହିଛି.

କଥା ପଦୁଟିଏ କହୁଛି ମୋଭାଇ

ଶୁଣି ତାକୁ ମନେରଖ.

ଧନୀ ହେଉକି ଗରିବ ହେଉ

ଦୁଇଜଣ ଯାକ ଲୋକ.

ବେଶି ସମୟ ଲାଗିବନି ଭାଇ

ଗରିବ ହେବା ପାଇଁ.

ନିଶ୍ଚିତ ହେବାକୁ ଚାହୁଁଛ ଯେବେ

ପୂରାଣ କୁ ଦେଖ ଯାଇ...

ଏ ଦୁନିଆରେ ସମସ୍ତେ ମଣିଷ

ଗରିବ ହେଉ କି ଧନୀ

ବଞ୍ଚିବା ସମସ୍ତଙ୍କ ଅଧିକାର ଅଟେ

କହିଛନ୍ତି ମୁନିଜ୍ଞାନୀ

ସମସ୍ତଙ୍କୁ ଆସ ସମ୍ମାନ ଦେବା

ଧନୀ ହେଉ ବା ଗରିବ

ଦୁଃଖରେ ହେଉକି ସୁଖରେ ହେଉ

ସମସ୍ତଙ୍କ ଦିନ ସରିବ

ଆସଭାଇ ମାନେ ଏଇ ଦୁନିଆରେ

ମିଳିମିଶି ଆମେ ଚଳିବା

ମିଳିମିଶି ରହି ଖୁସିରେ ରହି

ସମୟ ଆସିଲେ ଫେରିବା ।


ନିରଞ୍ଜନ ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational